the United Nations
ଭୁବନେଶ୍ୱର : ଭାରତୀୟ ସାର୍ସ-କୋଭ-୨ ଜିନୋମିକ୍ସ୍ ର୍ସୋଟିୟମ(ଆଇଏନ୍ଏସ୍ଏସିଓଜି) ପକ୍ଷରୁ ରବିବାର ଦିନ ଦେଶରେ ଓମିକ୍ରନ୍ର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଏକ ବୁଲେଟିନ୍ରେ କୁହାଯାଇଛି। ଏ ଦୃଷ୍ଟିରୁ ଓଡ଼ିଶାରେ ବି କରୋନାର ଓମିକ୍ରନ୍ ପ୍ରଜାତିର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ନିକଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କମ୍ୟୁନିଟି ବା ଗୋଷ୍ଠୀ ସ୍ତରରୁ ଜିନୋମ ସିକ୍ବେନ୍ସିଂ ହୋଇଥିବା ନମୁନାରେ ୬୦ ପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆହୁରି କିଛି ନମୁନାର ସିକ୍ବେନ୍ସିଂ ଚାଲିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୪୯ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଅଧିକ ନମୁନାର ଜିନୋମ ସିକ୍ବେନ୍ସିଂ କରାଗଲେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ରାଜ୍ୟରେ ଗତ ୪ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରବିବାର ୮୫୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୧୪ଜଣ ସୁସ୍ଥ ହୋଇଛନ୍ତି। ରବିବାର ୬ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ଏବେବି ଦୈନିକ ୮ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଟିପିଆର୍ ସାମାନ୍ୟ କମି ୧୨.୮୯%ରେ ପହଞ୍ଚିଛି। ଗତ କିଛି ଦିନ ହେଲା କୋଭିଡ୍ ପରୀକ୍ଷା ୭୦ ହଜାର ଉପରେ ରହୁଥିଲା ବେଳେ ଶନିବାର ୬୮,୬୨୫ଜଣଙ୍କର କୋଭିଡ ପରୀକ୍ଷା ହୋଇଛି। ଏବେବି ବହୁ ଜିଲ୍ଲାରେ ଟିପିଆର୍ ୧୦% ଉପରେ ରହିଛି। ଖୋର୍ଦ୍ଧାରେ ଟିପିଆର୍ ସର୍ବାଧିକ ୨୭.୮୭% ଥିବା ବେଳେ ସୁନ୍ଦରଗଡ଼ରେ ୨୦.୬୫%, ସୋନପୁରରେ ୧୨.୩୮%, ରାୟଗଡ଼ାରେ ୧୫.୩୬%, ନୂଆପଡ଼ାରେ ୧୮.୦୯%, ନୟାଗଡ଼ରେ ୧୧.୩୯%, ନବରଙ୍ଗପୁରରେ ୧୦.୨୧%, କଳାହାଣ୍ଡିରେ ୧୫.୬୧%, କଟକରେ ୧୩.୯୨%, ବୌଦ୍ଧରେ ୧୧.୦୬%, ବଲାଙ୍ଗୀରରେ ୧୨.୨୮%, ବାଲେଶ୍ବରରେ ୧୦% ଟିପିଆର୍ ଅଛି।
India Todayମାତ୍ର ୭ ସପ୍ତାହ...
ନୂଆଦିଲ୍ଲୀ : ଭାରତରେ ମାତ୍ର ୭ ସପ୍ତାହ ମଧ୍ୟରେ କୋଭିଡ୍ର ଓମିକ୍ରନ୍ ପ୍ରଜାତି ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚି ସାରିଛି ବୋଲି ଇଣ୍ଡିଆନ୍ ସାର୍ସ କୋଭ୍-୨ ଜିନୋମିକ୍ କନ୍ସୋର୍ଟିୟମ (ଆଇଏନ୍ଏସ୍ଏସିଓଜି) ଦ୍ବାରା ପ୍ରକାଶିତ ସଦ୍ୟ ବୁଲେଟିନ୍ରେ କୁହାଯାଇଛି । ଓମିକ୍ରନ୍ ପ୍ରଜାତି ଦ୍ବାରା ଏବେ ଦେଶବ୍ୟାପୀ ଦ୍ରୁତ ସଂକ୍ରମଣ ଜାରି ରହିଛି ଏବଂ ସଂକ୍ରମଣ ହାରକୁ ବିଭିନ୍ନ ପର୍ଯ୍ୟାୟରେ ଆକଳନ କରି ଏହି ତଥ୍ୟ ପ୍ରକାଶ କରାଯାଇଛି । ଅଧିକାଂଶ ଓମିକ୍ରନ୍ ମାମଲାରେ ରୋଗୀଙ୍କ ଲକ୍ଷଣ ଦେଖାଯାଉନାହିଁ କିମ୍ବା ଅତି ସାଧାରଣ ଲକ୍ଷଣ ପ୍ରକାଶ ପାଉଛି। ପ୍ରାୟ ସବୁ ଅଞ୍ଚଳରେ ଏଭଳି ସ୍ଥିତି ଯୋଗୁଁ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚି ସାରିଛି ଏବଂ ବିଭିନ୍ନ ମହାନଗରରେ ଗତ କିଛି ସପ୍ତାହର ସଂକ୍ରମଣ ହାର ଅନୁଧ୍ୟାନରୁ ଏହା ଜଣାପଡ଼ିଛି। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଓମିକ୍ରନ୍ ସଂପୂର୍ଣ୍ଣ ଲକ୍ଷଣ ବିହୀନ ରହୁଥିବାରୁ ଆଗକୁ ଏହି ପ୍ରଜାତି ଦ୍ବାରା ସଂକ୍ରମଣ ଆହୁରି କ୍ଷିପ୍ର ହେବ ବୋଲି କୁହାଯାଇଛି। ଭାରତରେ ଓମିକ୍ରନ୍ର ପ୍ରସାର ଏବେ ବିଦେଶୀ ଯାତ୍ରୀଙ୍କ ମାଧ୍ୟମରେ ହେଉନାହିଁ, ବରଂ ଦେଶ ଭିତରେ ହିଁ ଏହାର ଦ୍ରୁତ ସଂକ୍ରମଣ ଜାରି ରହିଛି। ତେବେ ବର୍ତ୍ତମାନ ସ୍ଥିତିରେ ଏହା ଚିନ୍ତାଜନକ ଶ୍ରେଣୀରେ ସାମିଲ ହୋଇନାହିଁ ଏବଂ ଭାରତରେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ବିପଦ ନାହିଁ।
Follow Us