ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ୭୬%କୁ ବୃଦ୍ଧି; ଓମିସିଓର କିଟ୍‌ରେ ଚିହ୍ନଟ ହେଲେଣି ୨୨୧୩ ଆକ୍ରାନ୍ତ

Advertisment
ଦୈନିକ ସଂକ୍ରମଣ ହାର ୧ ପ୍ରତିଶତକୁ ଖସିଲା; ନୂଆ ମାମଲା ୧୦,୨୭୩

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ କମି ଆସିଥିବା ବେଳେ ଓମିକ୍ରନ୍‌ ସଂକ୍ରମଣ ବଢ଼ିଥିବା ନଜରକୁ ଆସିଛି। ନିକଟରେ ହୋଇଥିବା ଜିନୋମ ସିକ୍ବେନ୍ସିଂରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବରୁ ତାହା ୬୦ ପ୍ରତିଶତ ରହିଥିଲା। ମାତ୍ର ରାଜ୍ୟ ସରକାର ଏ ସଂପର୍କିତ କୌଣସି ସୂଚନା ଦେଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ନିକଟରେ ୮୪ଟି ନମୁନାର ଜିନୋମ ସିକ୍ବେନ୍ସିଂ ହୋଇଥିଲା। ତହିଁରୁ ୬୪ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ଟି ନମୁନାରେ ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨ ଓ ୯ଟିରେ ବିଏ.୧ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨ ନିଜର କାୟା ବିସ୍ତାର କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଅପରପକ୍ଷରେ ରାଜ୍ୟ ସରକାର କିଣିଥିବା ଓମିସିଓର କିଟ୍‌ରେ ମଧ୍ୟ ବହୁ ସଂଖ୍ୟାରେ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତମାନ ସୁଦ୍ଧା ୫୫,୯୧୦ ନମୁନା ପରୀକ୍ଷା ହୋଇଥିବା ୨୨୧୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ବୁର୍ଲାରୁ ସର୍ବାଧିକ ୩୫୩, ଅନୁଗୁଳ ୨୯୦ ଜଣ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ଓମିସିଓର କିଟ୍‌ ଆସିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe