‘ଫନି’ ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ଓମ୍‌କମ୍‌ ମିଡିଆକୁ ଜାତୀୟ ପୁରସ୍କାର

Advertisment
‘ଫନି’ ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ଓମ୍‌କମ୍‌ ମିଡିଆକୁ ଜାତୀୟ ପୁରସ୍କାର

ଭୁବନେଶ୍ବର: ୨୦୧୯ ମସିହାର ପ୍ରାକୃତିକ ତାଣ୍ଡବ ‘ଫନି’ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ପାଇଁ ଓମ୍‌କମ୍‌ ମିଡିଆକୁ ଆଇଆଇଏମ୍‌ସି ଆଲୁମନି ଆସୋସିଏସନ୍‌ (ଆଇଆଇଏମ୍‌ସିଏଏ) ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଇଆଇଏମ୍‌ସି (ଭାରତୀୟ ଜନସଞ୍ଚାର ସଂସ୍ଥାନ)ର ମହାନିର୍ଦ୍ଦେଶକ କେ ଏସ୍‌ ଧତୱାଲିଆଙ୍କଠାରୁ ଓଏମ୍‌କମ୍‌ ନ୍ୟୁଜ୍‌ ଓ ମିଡିଆର ମୁଖ୍ୟ ସଂପାଦକ ଯଯାତି କରଣ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ, ରାଜ୍ୟର ୧୪ଟି ଜିଲ୍ଲାକୁ ପ୍ରଭାବିତ କରିଥିବା ‘ଫନି’ ପରବର୍ତ୍ତୀ ପୁନରୁଦ୍ଧ‌ାର ଅପରେସନ୍‌କୁ ଭିତ୍ତିକରି ଶ୍ରୀ କରଣ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ। ବିଶେଷକରି, ବିଦ୍ୟୁତ୍‌ ବିଭାଗ ପାଇଁ ଏହା କିଭଳି ଆହ୍ବାନ ସୃଷ୍ଟି କରିଥିଲା, ତାହା ଉପରେ ଏହା ପର୍ଯ୍ୟବେସିତ ଥିଲା। ପ୍ରକାଶଥାଉକି, ଗଣମାଧ୍ୟମର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଆଇଆଇଏମ୍‌ସି ଆଲୁମନିଙ୍କ ସର୍ବୋତ୍କୃଷ୍ଟ କାର୍ଯ୍ୟ ପାଇଁ ପ୍ରତିବର୍ଷ ଆଇଆଇଏମ୍‌ସିଏଏ ପୁରସ୍କାର ପ୍ରଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe