ଓମ୍‌ସା ନିର୍ବାଚନ ବିଜ୍ଞପ୍ତି ହାଇ‌କୋର୍ଟରେ ରଦ୍ଦ

ଡିଏସିପି ନେଇ ଆଲୋଚନା ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଓମ୍‌ସା

www.planetodisha.com

କଟକ : ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍‌ସା) ନିର୍ବାଚନ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ନିୟମ ଉଲ୍ଲଂଘନ କରି ଗଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଓମ୍‌ସା କର୍ମକର୍ତ୍ତା ନିର୍ବାଚନ ପାଇଁ ଜାରି ୨୦୨୨, ଫେବ୍ରୁଆରି ୧ର ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ନିୟମ ଉଲ୍ଲଂଘନ କରି ଜାରି କରାଯାଇଥିବା ଓମ୍‌ସା ନିର୍ବାଚନ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଡାକ୍ତର ପବିତ୍ର ମୋହନ ମଲ୍ଲିକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଫେବ୍ରୁଆରି ୧୪ରେ ଓମ୍‌ସା ନିର୍ବାଚନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।   ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୁରେନ୍ଦ୍ର ରାଉତ, ଜୟନ୍ତୀ ନାୟକ, ସରୋଜ ଭୂୟାଁ, ଅଜରା ଜମାଲ, ସୁଶାନ୍ତ ଜେନା ସହଯୋଗ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe