ସିଡିଏମ୍‌ଓଙ୍କ ବଦଳିକୁ ଓମ୍‌ସାର ବିରୋଧ

Advertisment
ସିଡିଏମ୍‌ଓଙ୍କ ବଦଳିକୁ ଓମ୍‌ସାର ବିରୋଧ

CDC

ଯାଜପୁରସଦର: ରାଜ୍ୟରେ ଡାକ୍ତର ଅଭାବ ଲାଗି ରହିଛି। ଏହାସତ୍ତ୍ବେ ପ୍ରତିଶୋଧ ପରାୟଣ ହୋଇ ଅନେକ ଡାକ୍ତରଙ୍କୁ ବଦଳି କରାଯାଉଛି। ଏହାକୁ ବିରୋଧ କରିଛି ରାଜ୍ୟ ଡାକ୍ତରୀ ସେବା ସଂଘ (ଓମସା)। ଏହାର ତଦନ୍ତ କରାଯିବା ସହ ସିଡିଏମଓଙ୍କ ବଦଳିକୁ ବାତିଲ କରିବାକୁ ସଂଘ ଦାବି କରିଛି। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ କିଛି କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଜାଣି ଏହାକୁ ଯାଜପୁର ପୂର୍ବତନ ସିଡିଏମଓ  ବିରଞ୍ଚି ନାରାୟଣ ବାରିକ ବିରୋଧ କରିଥିଲେ। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନଜରକୁ ଆସିଲା ପରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ନିଷ୍ପତ୍ତି ଅନୁସାରେ କିଛି ଟେଣ୍ତରକୁ ବାତିଲ କରାଯାଇଥିଲା। ଏହି କାରଣରୁ ଡାକ୍ତର ବାରିକଙ୍କୁ ଯାଜପୁରରୁ କଳାହାଣ୍ଡିକୁ ବଦଳି କରାଯାଇଥିବା ଅଭିଯୋଗ ହୋଇଛି। ବଦଳି ପଛର କାରଣ ସଂପର୍କରେ ଡାକ୍ତର ବାରିକ ମୁହଁ ଖୋଲିବା ପରେ ଏହି କଳା ଚିଠା ସାମ୍‌ନାକୁ ଆସିଥିଲା।

ସଂଘର ମତରେ ପୂର୍ବତନ ସିଡିଏମଓ ବିରଞ୍ଚି ନାରାୟଣ ବାରିକ ଯଦି ସ୍ବାସ୍ଥ୍ୟ ବିଭାଗ ତ୍ରୁଟି ସାମ୍‌ନାକୁ ଆଣିଥିଲେ ତେବେ ଏହା ସ୍ବାସ୍ଥ୍ୟ ବିଭାଗ ପାଇଁ ଲଜ୍ଜାର ବିଷୟ। କେବିକେ ଜିଲ୍ଲାରେ ୧୦ ବର୍ଷ କାମ କଲା ପରେ ଡା. ବାରିକଙ୍କ ପରି ବିରଷ୍ଠ ଡାକ୍ତରଙ୍କୁ ପୁନର୍ବାର ଚାକିରି ଶେଷ ସମୟରେ ସେହି ଜିଲ୍ଲାକୁ ବଦଳି କରି ମାନସିକ ଚାପ ଦିଆଯାଇଥିବା ଅଭିଯୋଗ କରି ଡାକ୍ତରୀ ସଂଘ ଘୋର ବିରୋଧ କରିଛି। ଏହି ଘଟଣାର ସତ୍ୟାସତ୍ୟ କଣ ରହିଛି, ତାହା ଯାଞ୍ଚ କରିବା ସହ ତୁରନ୍ତ ବିରଞ୍ଚି ନାରାୟଣ ବାରିକଙ୍କ ବଦଳି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଓମ୍‌ସା ଏହା ବିରୋଧରେ ସ୍ବର ଉଠାଇବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe