ଆରମ୍ଭରୁ ଅବ୍ୟବସ୍ଥା: ଧାନମଣ୍ଡିରେ କଟଣୀ ଛଟଣୀ ଅଭିଯୋଗ, ମୁଖ୍ୟରାସ୍ତାରେ ବସିଲେ କଣ୍ଟାବାଞ୍ଜି ବିଧାୟକ

ଆରମ୍ଭରୁ ଅବ୍ୟବସ୍ଥା: ଧାନମଣ୍ଡିରେ କଟଣୀ ଛଟଣୀ ଅଭିଯୋଗ, ମୁଖ୍ୟରାସ୍ତାରେ ବସିଲେ କଣ୍ଟାବାଞ୍ଜି ବିଧାୟକ

କଣ୍ଟାବାଞ୍ଜି: ଖରିଫ ଋତୁର ଧାନ କିଣିବା ପାଇଁ ରାଜ୍ୟବ୍ୟାପୀ ଧାନମଣ୍ଡିଗୁଡ଼ିକ ଆଜିଠାରୁ ଆରମ୍ଭ ହୋଇଯାଇଛି। କିନ୍ତୁ ଆରମ୍ଭରୁ ଅବ୍ୟବସ୍ଥା ଦେଖାଯାଇଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଥିବା ପ୍ୟାକ୍ସରେ ଧାନ ମଣ୍ଡି ଆରମ୍ଭ ହୋଇଛି। ତେବେ ଏହି ପ୍ୟାକ୍ସରେ କଟଣୀ ଛଟନୀ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ପ୍ରତି ବସ୍ତା (୫୦କିଲୋ) ପିଛା ୬ କିଲୋ ଲେଖାଏଁ କଟଣୀ ହେଉଥିବା କହିଛନ୍ତି ଚାଷୀ।

publive-image

ଅନ୍ୟପକ୍ଷରେ ଆଜି କଣ୍ଟାବାଞ୍ଜି ବିଧାୟକ ସଂନ୍ତୋଷ ସିଂହ ସାଲୁଜା ମଧ୍ୟ ଏହି ତୁରେକେଲା ପ୍ୟାକ୍ସରେ ପହଂଚି କଟଣୀ ଛଟନୀ ହେଉଥିବା ଅଭିଯୋଗ କରି କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଲେ ଚାଷୀ ଉପକୃତ ହେବେ । ଆହୁରି ମଧ୍ୟ ସେ କହିଛନ୍ତି ଯେ କଣ୍ଟାବାଞ୍ଜିର କିଛି ରାଇସ ମିଲ ମାଲିକ ସିଧାସଳଖ ଏଭଳି ପ୍ୟାକ୍ସରେ ଆସି ମନମୁଖୀ ଧାନ କିଣାରେ କଟଣୀ ଛଟଣି କରୁଛନ୍ତି। ଚାଷୀଙ୍କ ଏହି ସମସ୍ୟା ନେଇ ବିଧାୟକ ନିଜ ସମର୍ଥକମାନଙ୍କ ସହ ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟରାସ୍ତା ଅବରୋଧ କରିବା ସହ କଟଣୀ ଛଟଣି ବନ୍ଦ କରିବାକୁ ନାରା ଦେଇଛନ୍ତି। ଦୀର୍ଘ ଦୁଇ ଘଣ୍ଟା କାଳ ବିଧାୟକ ରାସ୍ତା ମଝିରେ ବସି ରହିଥିବାରୁ ଅନେକ ଗାଡି ମଟର ରାସ୍ତା କଡ଼ରେ ଛିଡା ଥିବା ଦେଖିବାକୁ ମିଳିଛି। ତେବେ ପ୍ରଶାସନ ଏହା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପର୍ଯ୍ୟନ୍ତ ଏହି ଅବରୋଧ ଜାରି ରହିବ ବୋଲି ସମର୍ଥନ କରୁଥିବା ଚାଷୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe