ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝାରସୁଗୁଡ଼ା ଓଏମଭିଡି ଏଏସଆଇଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝାରସୁଗୁଡ଼ା ଓଏମଭିଡି ଏଏସଆଇଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

କଟକ: ଝାରସୁଗୁଡ଼ା ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ ହରେକୃଷ୍ଣ ନାୟକଙ୍କ ଝାରସୁଗୁଡ଼ା ଘର ସମେତ କଟକ, ପୁରୀ ଓ ବ୍ରହ୍ମପୁରର ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଥିବାର ଖବର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ କଟକର ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିବା ଜଣାଯାଇଛି। ଏହି ଚଢ଼ାଉରେ ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି। କଟକର ସ୍ବତନ୍ତ୍ର  ଭିଜିଲାନ୍ସ ଅଦାଲତଙ୍କ ଆଦେଶ ବଳରେ ଏହି ଚଢ଼ାଉ କରାଯାଉଛି।

publive-image
ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ। ତେବେ ହରେକୃଷ୍ଣ ନାୟକଙ୍କ କଟକର ଫ୍ରେଣ୍ଡସ୍ କଲୋନିରେ ଏକ ଦୁଇ ମହଲା କୋଠା ଠାବ ହୋଇଛି। ଏହାଛଡ଼ା ତାଙ୍କର ଶ୍ରୀ ନାୟକଙ୍କର ପୁରୀର ମାଲୁଦାରେ ନୂତନ ଭାବରେ ନିର୍ମିତ କୋଠା ଏବଂ ବ୍ରହ୍ମପୁରର ରାମନଗରଠାରେ ଦ୍ବିତଳ କୋଠାଘର ଥିବା ଜଣାଯାଇଛି।

publive-image
ଆଜି ଶ୍ରୀ ନାୟକଙ୍କ ଝାରସୁଗୁଡ଼ାର କାର୍ଯ୍ୟାଳୟ, ସେଠାରେ ଥିବା ଭଡ଼ା ଘର ଓ ଗଞ୍ଜାମର ଦୀପସାହିରେ ଥିବା ସମ୍ପର୍କୀୟଙ୍କ ଘରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କଟକର ଘର ତଲାସ ସମୟରେ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe