ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ରାଉରକେଲା ଓ ଭୁବନେଶ୍ୱର ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ

Advertisment
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ରାଉରକେଲା ଓ ଭୁବନେଶ୍ୱର ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ

ରାଉରକେଲା/ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଉରକେଲା ଆରଡବଲୁ ଡିଭିଜନରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ନନ୍ଦୀ କିଶୋର ନାଥ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର କାର୍ଯ୍ୟାଳୟ ଓ ବାସଭବନ ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନି‌ର୍ଦେଶକ୍ରମେ ଭୁବନେଶ୍ୱର, ବରଗଡ଼, ରାଉରକେଲା ଏବଂ ସମ୍ବଲପୁରର ୬ଟି ସ୍ଥାନରେ ଚଢ଼ଉ ଜାରି କରାଯାଇଥିବା ଜଣାଯାଇଛି। ଏଡି ଚଢ଼ଉରେ ୩ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୨ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।

ଯେଉଁ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଛି, ତାହା ହେଲା  ଭୁବନେଶ୍ୱରର ଲକ୍ଷ୍ମୀସାଗରସ୍ଥିତ ସାଇକୃପା ଏନକ୍ଲେଭରେ ଥିବା ନନ୍ଦୀ କିଶୋର ନାଥଙ୍କ ଫ୍ଲାଟ ,ବରଗଡ଼ର ଭିଏସଏସ ନଗରରେ ଥିବା ପୈତୃକ ଘର, ରାଉରକେଲାରେ ପାନପୋଷଠାରେ ଥିବା  ତାଙ୍କର ସରକାରୀ କ୍ୱାର୍ଟର୍, ରାଉରକେଲାର ଆରଡବଲୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କର ଚାମ୍ବର, ସମ୍ବଲପୁରର ଅଇଁଠାପାଲ୍ଲୀରେ ଅବସ୍ଥିତ ଶ୍ରୀ ନାଥଙ୍କ ଘର ଏବଂ ସମ୍ବଲପୁରରେରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe