ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍: କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ

Advertisment
ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍: କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

publive-image

ସୂଚନା ଅନୁଯାୟୀ, କେସିଙ୍ଗା ସହରର ଓମ୍ ନଗରରେ ଅବସ୍ଥିତ ଶ୍ରୀ ମାଝୀଙ୍କ ତିନି ମହଲା ଘର, କେସିଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀରେ ଥିବା ବାସଭବନ, କେଗାଁରେ ଥିବା ସରକାରୀ କ୍ବାର୍ଟର୍ ଓ ଅଫିସ୍ ଚାମ୍ବରରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍। ଭବାନୀପାଟଣାର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦେଶକ୍ରମେ ଏହି ଚଢ଼ାଉ କରାଯାଉଛି।
ଏହି ଚଢ଼ାଉରେ ୫ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି। ଏନେଇ ପରବର୍ତ୍ତୀ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe