ଆସନ୍ତା ୫ରେ ମାଟ୍ରିକ୍‌ ପ୍ରଥମ ସମ୍ମେଟିଭ୍‌ ପରୀକ୍ଷା

Advertisment

୧୮୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୪୦୯୫ ଛାତ୍ରଛାତ୍ରୀ

୧୮୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୪୦୯୫ ଛାତ୍ରଛାତ୍ରୀ

ଆସନ୍ତା ୫ରେ ମାଟ୍ରିକ୍‌ ପ୍ରଥମ ସମ୍ମେଟିଭ୍‌ ପରୀକ୍ଷା

Times of India

ବାଲେଶ୍ବର: ଆସନ୍ତା ୫ ତାରିଖରେ ମାଟ୍ରିକର ପ୍ରଥମ ସମ୍ମେଟିଭ୍‌(ମଧ୍ୟମା) ପରୀକ୍ଷା ଅନୁଷ୍ଠିତ ହେବ। ଜିଲ୍ଲାରେ ୧୮୫ ପରୀକ୍ଷା କେନ୍ଦ୍ରରେ ୫୨୨ ସ୍ମୁଲର ୩୪ ହଜାର ୯୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ସିଟିଂ ସକାଳ ୧୦ଟାରୁ ୧୧ ଟା ଯାଏଁ ଏବଂ ଦ୍ବିତୀୟ ସିଟିଂ ପରୀକ୍ଷା ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ହେବ। ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷା ଏବଂ ଦ୍ବିତୀୟ ସିଟିଂରେ ଗଣିତ ବିଷୟ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ପ୍ରତିଦିନ ଦୁଇଟି ସିଟିଂର ବ୍ୟବସ୍ଥା ହୋଇଛି। କରୋନାକୁ ଦୃଷ୍ଟିରେ ‌ରଖି ପରୀକ୍ଷା କେନ୍ଦ୍ର ଗୁଡ଼ିକ ସାନିଟାଇଜ୍‌ କରାଯିବା ସହିତ ମାସ୍କ, ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି।

ସକାଳ ୯ଟାରେ ଛାତ୍ରଛାତ୍ରୀ କେନ୍ଦ୍ରରେ ପ୍ରବେଶ କରିବେ। ସାନିଟାଇଜ୍, ମାସ୍କ ଓ ଥର୍ମାଲ ସ୍କିନିଂ କରାଯିବା ପରେ ଛାତ୍ରଛାତ୍ରୀଙ୍କୁ ଭିତରକୁ ଛଡ଼ାଯିବ। ଯଦି ଛାତ୍ରଛାତ୍ରୀଙ୍କ ଭିତରେ କୌଣସି କରୋନା ଲକ୍ଷଣ ଦେଖାଯାଏ, ତେବେ ପରୀକ୍ଷା କେନ୍ଦ୍ରରେ ବ୍ୟବସ୍ଥା ହୋଇଥିବା ସ୍ବତନ୍ତ୍ର ଗୃହରେ ପରୀକ୍ଷା ଦେବେ। ଯଦି ଅଧିକ ଲକ୍ଷଣ ଥାଏ ତେବେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀଙ୍କୁ ସାମାଜିକ ଦୂରତା(୧ ଫୁଟ୍‌ ବ୍ୟବଧାନ) ମଧ୍ୟରେ ବସିବାର ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ୧୨ ଟି ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର ରହିଛି। ୪୩ ଟି ଡେସ୍‌ପାଚ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ଜିଲ୍ଲା ତରଫରୁ ୩ଟି ଫ୍ଲାଇଂ ସ୍କ୍ବାର୍ଡ ଓ ସେଣ୍ଟ୍ରାଲ ବୋର୍ଡ ତରଫରୁ ୨ଟି ଫ୍ଲାଇଂ ସ୍କ୍ବାର୍ଡ ନିୟୋଜିତ କରାଯିବାର ବ୍ୟବସ୍ଥା ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୨ ଟି ବ୍ଲକ ପାଇଁ ୧୨ ଟି ସ୍କ୍ବାର୍ଡର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe