ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି କ୍ୟାପିଟାଲ ଥାନା ପୁଲିସ୍

Advertisment
ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି କ୍ୟାପିଟାଲ ଥାନା ପୁଲିସ୍

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି କ୍ୟାପିଟାଲ ଥାନା ପୁଲିସ୍। ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା। ପୁଲିସ ଏବେ ଏହି ମାମଲାରେ ତଦନ୍ତ କରିବାକୁ ଆସି ଦ୍ୱିତୀୟ ଥର କ୍ୱାର୍ଟସରେ ପହଞ୍ଚିଛି। ଏହାପୂର୍ବରୁ ପୁଲିସ ଯେତେବେଳେ ତଦନ୍ତ କରିବାକୁ ଆସିଥିଲା କହିଥିଲା, ରଘୁନନ୍ଦନଙ୍କ କ୍ୱାର୍ଟସର ସିସିଟିଭି ଫୁଟେଜ୍ ମଗାଯାଇଛି।

ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟସ ଭଙ୍ଗାଯାଉଥିବା ବେଳେ ଏହାର ଭିଜୁଆଲ ନେବା ପାଇଁ ସଂପୃକ୍ତ ସାମ୍ବାଦିକା ରଘୁନନ୍ଦନଙ୍କ କ୍ୱାର୍ଟସରେ ପଶିଥିଲେ। ଏଥିପାଇଁ ସେ ସିକ୍ୟୁରିଟି ଗାର୍ଡଙ୍କ ଅନୁମତି ନେଇଥିବା କହିଥିଲେ ସାମ୍ବାଦିକା। ତେବେ ରଘୁନନ୍ଦନ ଏହାକୁ ଖାରଜ କରିଛନ୍ତି। ବିଜେଡିର ଏହି ପୂର୍ବତନ ବିଧାୟକ କୁକୁର ଛାଡ଼ିବାକୁ କହିଥିବା ସ୍ୱୀକାର କରିଥିଲେ। ସେ ନିଜେ ପାଲଟା ମାମଲା ଦାୟର କରିବେ ବୋଲି କହିଥିଲେ। ବିଜେଡି ନେତାଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକମାନେ ରାଜଧାନୀରେ ଆନ୍ଦୋଳନ କରି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe