ଅଢ଼େଇ କୋଟି ଋଣ ଟଙ୍କା ଧରି ଫେରାର୍ ଘଟଣା: ଟିଟିଲାଗଡ଼ରୁ ଅଭିଯୁକ୍ତ ମହିଳା ଗିରଫ

Advertisment
ଅଢ଼େଇ କୋଟି ଋଣ ଟଙ୍କା ଧରି ଫେରାର୍ ଘଟଣା: ଟିଟିଲାଗଡ଼ରୁ ଅଭିଯୁକ୍ତ ମହିଳା ଗିରଫ

ଖଲିଆକାନି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ଜେମା ସା (୩୮) ଶତାଧିକ ମହିଳାଙ୍କୁ ଢାଲ କରି ଅଢ଼େଇ କୋଟିରୁ ଅଧିକ ଋଣ ଟଙ୍କା ଉଠାଇ ମୁମ୍ବାଇକୁ ଫେରାର ମାରିଥିବା ଅଭିଯୋଗ ହୋଇଥିଲା। ୨୨୦ ଜଣ ମହିଳାଙ୍କ ନା’ରେ ଋଣ ରହିଥିବା ​କହି ଫାଇନାନ୍ସ କମ୍ପାନି କର୍ମଚାରୀ ଘରକୁ ଘର ଯାଇ ମହିଳାମାନଙ୍କୁ ଧମକ ଚମକ ଦେବା ସହ ବହୁ ହଇରାଣ କରୁଥିଲେ। ତେବେ ଠକେଇର ଶିକାର ହୋଇଥିବା ମହିଳାମାନେ ମଙ୍ଗଳବାର କେଗାଁ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁକରି ତନାଘନା ଆରମ୍ଭ କରିଥିଲା।

ଆଜି ସନ୍ଧ୍ୟାରେ ଜେମା ସାଙ୍କ ମୋବାଇଲ୍ ଟ୍ରାକ୍‌ କରାଯିବା ପରେ ସେ ଟିଟିଲାଗଡ଼ରେ ରହିଥିବା ଜଣାପଡ଼ିଥିଲା। ଏନେଇ କେଗାଁ ଥାନା ଆଇଆଇସି ପ୍ରଶାନ୍ତ କଲ୍ଲୋହରସ ସୂଚନା ପାଇବା ପରେ ବୋର୍ଡା ଫାଣ୍ଡି ଏଏସ୍‌ଆଇ ଚନ୍ଦ୍ରହାସ୍ୟ ସାହୁଙ୍କୁ ଜଣାଇ ଟିମ୍‌ ସହ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ୍ ଟିମ୍‌ ଟିଟିଲାଗଡ଼ରେ ଚଢ଼ଉ କରି ରାତି ୧୦ଟାରେ ଅଭିଯୁକ୍ତ ଜେମା ସାଙ୍କୁ ଗିରଫ କରିଥିବା ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe