ଅଢ଼େଇ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
ଅଢ଼େଇ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

Kerala Kaumudi

ହାଟଡିହି: କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଆଜି ସକାଳେ ହାଟଡିହି ବ୍ଲକ୍‌ ସୋସୋ ଥାନା ଅଧୀନ ଢ଼େଙ୍କା ଗ୍ରାମରେ ଚଢ଼ଉ କରି ୨ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଢେଙ୍କାର ବିଜନ ନାୟକ ବହୁଦିନ ହେଲା ଗଞ୍ଜେଇ ବେପାର କରୁଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା।

ଗତକାଲି ତା ପାଖରେ ଗଞ୍ଜେଇ ପହଞ୍ଚିଥିବା ଖବର ପାଇ ଆଜି ସକାଳୁ ସକାଳୁ କେନ୍ଦୁଝର ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ସହିତ ଝୁମ୍ପୁରା, ଚମ୍ପୁଆ ଓ ଆନନ୍ଦପୁର ଅବକାରୀ ବିଭାଗର କର୍ମଚାରୀମାନେ ମିଳିତ ଭାବେ ତାଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବିଜନ ଘରୁ ଗଞ୍ଜେଇ ମିଳି ନଥିଲା। ଘର ପାଖ ମନ୍ଦିର ନିକଟରେ ଥିବା ଏକ ବୁଦା ଭିତରୁ ଗଞ୍ଜେଇ ମିଳିଥିଲା। ବିଜନ ସେଠାରେ ଗଞ୍ଜେଇ ଲୁଚାଇ ରଖିଥିଲା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe