ସମ୍ବଲପୁରରେ ତିଆରି ହେଲା ଦେଢ଼ ଲକ୍ଷ ତ୍ରିରଙ୍ଗା

Advertisment
ସମ୍ବଲପୁରରେ ତିଆରି ହେଲା ଦେଢ଼ ଲକ୍ଷ ତ୍ରିରଙ୍ଗା

ସମ୍ବଲପୁର: ହର୍‌ ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏହି କ୍ରମରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସଫଳ କରାଯିବା ପାଇଁ ଜୋର୍‌ଦାର ପ୍ରସ୍ତୁତି କରାଯାଇଥିଲା। ପ୍ରଶାସନ ପକ୍ଷରୁ ଉତ୍ପାଦକ ଓ ସ୍ବୟଂ ଗୋଷ୍ଠୀର ମହିଳାମାନଙ୍କୁ ତ୍ରିରଙ୍ଗା ତିଆରି କରିବାର ଦାୟିତ୍ବ ଦିଆଯାଇଥିଲା। ତେବେ ଶୁକ୍ରବାର ଜିଲ୍ଲାପ୍ରଶାସନକୁ ମହିଳା ମାନେ ଦେଢ଼ ଲକ୍ଷ ତ୍ରିରଙ୍ଗା ତିଆରି କରି ପ୍ରଦାନ କରିଛନ୍ତି।

ତେବେ ଜିଲ୍ଲାରେ ତିଆରି କରାଯାଇଥିବା ଦେଢ଼ ଲକ୍ଷ ତ୍ରିରଙ୍ଗା ମଧ୍ୟରୁ କନ୍ଧମାଳ ଜିଲ୍ଲାକୁ ୫୦ ହଜାର ଏବଂ ବୌଦ୍ଧ ଜିଲ୍ଲାକୁ ୨୫ ହଜାର ଦିଆଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ୭୫ ହଜାରଟି ବଣ୍ଟାଯିବ। ଗତ ଅଗଷ୍ଟ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ଜିଲ୍ଲାର ମହିଳାମାନେ ଏହି ତ୍ରିରଙ୍ଗା ତିଆରି କରିଛନ୍ତି। ସମ୍ବଲପୁରରେ ମାତୃଶକ୍ତି ଉତ୍ପାଦକ ଗୋଷ୍ଠୀ ସସହ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମିଶି ମୋଟ ଉପରେ ୭୦ ହଜାର ତ୍ରିରଙ୍ଗା ତିଆରି କରିଛନ୍ତି। ସେଭଳି ରେଙ୍ଗାଲିରେ ମା ଜଗତଜନନୀ ଉତ୍ପାଦକ ଗୋଷ୍ଠୀ ଓ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମିଶି ୪୦ ହଜାର ଏବଂ କୁଚିଣ୍ଡାରେ ଉଜ୍ଜ୍ବଳା ଓ ସୃଷ୍ଟିମୟୀ ଉତ୍ପାଦକ ଗୋଷ୍ଠୀ ସହ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମିଶି ୪୦ ହଜାର ତ୍ରିରଙ୍ଗା ତିଆରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe