ବାଇକ ସହ ୩୬ କିଲୋ ଗଞ୍ଜେଇ ଜବତ, ୧ ଗିରଫ

Advertisment
ବାଇକ ସହ ୩୬ କିଲୋ ଗଞ୍ଜେଇ ଜବତ, ୧ ଗିରଫ

ବୌଦ୍ଧ: ବାଇକ୍‌ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ବୌଦ୍ଧ ପୁଲିସ ଜଣେ ଯୁବକଙ୍କୁ ଧରିଛି। ତା’ ପାଖରୁ ୩୬ କିଲୋ ଗଞ୍ଜେଇ ଜବତ କରି କୋର୍ଟଚାଲାଣ କରିଛି। ପୁଲିସ ସୂଚନାନୁସାରେ ବଘିଆପଡ଼ା ପଟରୁ ଜହ୍ନାପଙ୍କ ପଟକୁ ବାଇକରେ ଗଞ୍ଜେଇ ଚାଲାଣ ହେବା ବିଷୟରେ ପୁଲିସକୁ ସୂଚନା ମିଳିଥିଲା।

ସୂଚନାକୁ ଆଧାର କରି ଏକ ପୁଲିସ ଦଳ ଚଢ଼ଉ କରି ବାଇକ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବାଇକ (ଓଡି୨୭ବି-୯୧୪୩)ରୁ ୩୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ଅଭି‌ଯୋଗରେ ବୌଦ୍ଧ ଥାନା ଇଚ୍ଛାପୁର ଗ୍ରାମର ନୀଳମାଧବ ସାହୁ ଓରଫ ଅର୍ଜୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe