ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲରେ ନିଆଁ ଲଗାଇଲେ ଯୁବକ

Advertisment
ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲରେ ନିଆଁ ଲଗାଇଲେ ଯୁବକ

ଫୁଲବାଣୀ: ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ | ଏହି ଯୁବକଙ୍କ ନାମ ଅନିଲ ଦିଗାଲ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଆବୁ ଦିଗାଲ ବୋଲି ଜଣାପଡିଛି | ଏହି ଯୁବକଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗଣ୍ଡପଦର ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ମହୁଲ ଫୁଲ ଗୋଟାଇବାକୁ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ଯାଇଥାନ୍ତି |

ତେବେ ଜଙ୍ଗଲରେ ପତ୍ରଝଡ଼ା ଯୋଗୁଁ ମହୁଲ ଫୁଲ ଭଲ ଭାବରେ ଗୋଟାଇପାରିନଥାନ୍ତି | ସେଥିପାଇଁ ସ୍ଥାନେ ସ୍ଥାନେ ଲୋକମାନେ ଜଙ୍ଗଲରେ ନିଆଁ ଲଗାଇଦେଇଥାନ୍ତି | ଯାହାଫଳରେ ମହୁଲ ଫୁଲ ଭଲ ଭାବରେ ଗୋଟାଇପାରିଥାନ୍ତି | କିନ୍ତୁ ନିଆଁ ଲଗାଇବା ଫଳରେ ଶହ ଶହ ଗଛ ନିଆଁରେ ପୋଡି ପାଉଁଶ ହୋଇଯାଇଥାନ୍ତି |

publive-image

ଅନିଲ ମଧ୍ୟ ଆଜି ବନ୍ଧଗଡ଼ ସଂରକ୍ଷିତ ଜଙ୍ଗଲରେ ଯାଇ ନିଆଁ ଲଗାଉଥିବାବେଳେ ବନ ବିଭାଗ ହାବୁଡ଼ରେ ପଡିଯାଇଥିଲେ | ଏହା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି | ଫିରିଙ୍ଗିଆ ବନ ଅଧିକାରୀ ଆଶିଷ କୁମାର ଦିଗାଲ ଗିରଫ କରି ତାଙ୍କ ନାମରେ ୧୨/୨୦୨୦ରେ ମାମଲା ରୁଜୁ କରାଯାଇଛି | ଏଠାରେ ସୂଚନା ଥାଉ କି ଫେବ୍ରୁଆରିରୁ ଏପ୍ରିଲ ମାସ ହିଁ ମହୁଲ ସଂଗ୍ରହର ଉତ୍କୃଷ୍ଟ ସମୟ। ପ୍ରତି ଗାଁର ଅଧିକାଂଶ ଅଧିବାସୀ ଜଙ୍ଗଲରୁ ମହୁଲ ସଂଗ୍ରହ କରିଥାନ୍ତି। ପଞ୍ଚାୟତ କାର୍ଯ୍ୟାଳୟରୁ ଲାଇସନ୍ସ ନେଇଥିବା ବ୍ୟବସାୟୀ ସଂଗ୍ରହକାରୀଙ୍କଠାରୁ କ୍ରୟ କରି ଥାଆନ୍ତି। ବ୍ୟବସାୟୀମାନେ ନିଜେ ନିଲାମରେ କେଜି ପ୍ରତି ୧୫ରୁ୨୦ ଟଙ୍କା କିଣିଥାଆନ୍ତି। ମହୁଲ ସାଧାରଣତଃ ଭାଟି ଏବଂ ଗୋଖାଦ୍ୟରେ ବ୍ୟବହାର ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe