ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ, ଜଣେ ଗିରଫ

Advertisment
ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ, ଜଣେ ଗିରଫ

image source-sambadenglish.com

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଧାରୁଆଡିହି ଥାନା ଅଞ୍ଚଳରୁ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଧାରୁଆଡିହି ଥାନା ଅନ୍ତର୍ଗତ ବିରବିରା ପଞ୍ଚାୟତର ତଲସରା ଗ୍ରାମରେ ମହୁଲି ମଦର ବହୁଳ କାରବାର ଚାଲିଥିଲା। ଗାଁର ଶ୍ରୀକର ମାଝି ଵେଧଡକ ମହୁଲି ମଦ ପ୍ରସ୍ତୁତ କରି ଓ ବିକ୍ରି କରୁଥିବା ଖବର ପାଇ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଶ୍ରୀକରଙ୍କ ଘରୁ ୧୦୦୦ କେଜି ମହୁଲ ପୋଚ ଓ ବିପୁଳ ପରିମାଣର ଦେଶୀ ମଦ ମିଳିଥିଲା।

publive-image

ପୁଲିସ୍ ମହୁଲ ପୋଚକୁ ନଷ୍ଟ କରି ଦେବା ସହ ଶ୍ରୀକରଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଧାରୁଆଡିହି ଥାନାର ଏସ୍ ଆଇ ଅଭୟ ମହାପାତ୍ର ଓ ସହକର୍ମୀଙ୍କ ସହ ଅବକାରୀ ବିଭାଗ ଚଢଉରେ ସାମିଲ ଥିଲେ। ଏ ନେଇ ଧାରୁଆଡିହି ଥାନାରେ ଏକ ଅବକାରୀ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe