ସହର ଦେଇ ଗୋ-ଚାଲାଣ: ଗୋରୁ ବୋଝେଇ ଟ୍ରକ୍‌ ଜବତ, ଜଣେ ଗିରଫ

Advertisment
ସହର ଦେଇ ଗୋ-ଚାଲାଣ: ଗୋରୁ ବୋଝେଇ ଟ୍ରକ୍‌ ଜବତ, ଜଣେ ଗିରଫ

ବଲାଙ୍ଗୀର: ବୁଧବାର ରାତି ୯ଟାରେ ସ୍ଥାନୀୟ ମିସନ ପଡ଼ିଆ ପାଖରେ ପୁଲିସ୍‌ ଏକ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି। ଏଥିରେ ୧୦ରୁ ଅଧିକ ଗୋରୁ ବୋଝେଇ ରହିଥିବା ଦେଖାଯାଇଛି। ତେବେ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଟ୍ରକକୁ ଅଟକାଇ ଥିଲେ। ଟ୍ରକ ଡିଭାଇଡର ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତା କଡ଼ରେ ଫସି ଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଜଣକୁ କାବୁ କରିଥିଲା। ଅନ୍ୟ ଜଣେ ଖସି ଫେରାର ମା‌ରିଥିଲା। ପୁଲିସ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ଟ୍ରକ୍‌ଟି ସୋନପୁରରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe