କେନ୍ଦୁଗଣ୍ଡି ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

Advertisment
କେନ୍ଦୁଗଣ୍ଡି ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡ଼ା ଅଞ୍ଚଳରୁ ୪୭ ଖଣ୍ଡ କେନ୍ଦୁଗଣ୍ଡି ବୋଝେଇ ହୋଇଥିବା ଏକ ଗାଡ଼ିକୁ ବନ ବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଈସିଲେଟ ବ୍ଲକ୍‌ ଟେଙ୍ଗନାପାଲି ଗାଁର ଲକ୍ଷ୍ମଣ ବରିହା (୨୫)କୁ ଗିରଫ କରାଯାଇଛି।

ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଆର୍‌ ୧୭ସି ୦୦୧୯)ରେ ବୁଧବାର ଭୋର୍‌ରେ କେନ୍ଦୁଗଣ୍ଡି ଚାଲାଣ ହେଉଥିବା ବନ ବିଭାଗକୁ ଖବର ମିଳିଥିଲା। ଏସିଏଫ୍‌ ଆଶିଷ କହଁରଙ୍କ ନେତୃତ୍ୱରେ ‌ଭୋର୍‌ରେ ବନ ବିଭାଗର ଏକ ଟିମ୍‌ ଘଣ୍ଟାପଡ଼ା-ଆମ୍ବଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିଲା। ନାରାୟଣପ୍ରସାଦ ଅଞ୍ଚଳରୁ ଆସୁଥିବା ଉକ୍ତ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୪୭ ଖଣ୍ଡ କେନ୍ଦୁଗଣ୍ଡି ମିଳିଥିଲା। ବନ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଏହି ଚଢ଼ଉରେ ଘଣ୍ଟାପଡ଼ା ବନପାଳ ଚନ୍ଦ୍ରଶେଖର ଦାଶ, ବନରକ୍ଷୀ ଦିଗାମ୍ବର ପ୍ରଧାନ, ବୌଦ୍ଧ ମୋବାଇଲ ଏପିଆର୍‌ ଦଳ ଏବଂ କଣ୍ଟାମାଳ ବନାଞ୍ଚଳର ବନ ବିଭାଗ କର୍ମଚାରୀ ସାମିଲଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe