ବଜ୍ରକାପ୍ତା ଲିଙ୍କ୍‌: ନୟାଗଡ଼ ଇଟାମାଟିରୁ ଜଣେ ଗିରଫ

Advertisment
ବଜ୍ରକାପ୍ତା ଲିଙ୍କ୍‌: ନୟାଗଡ଼ ଇଟାମାଟିରୁ ଜଣେ ଗିରଫ

ନୟାଗଡ଼ : ବିରଳ ବନ୍ୟପ୍ରାଣୀ ବଜ୍ରକାପ୍ତା କାରବାରର ଲିଙ୍କ୍‌ ନେଇ ନୟାଗଡ଼ ଇଟାମାଟିରୁ ଜଣେ ବ୍ୟକ୍ତିଙ୍କୁ ଏସ୍‌ଟିଏଫ୍‌ ବିଳମ୍ବିତ ରାତିରେ ଉଠାଇ ନେଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ଶିବରାମ ରଣଜିତ (୪୧) ବୋଲି ଜଣାପଡ଼ିଛି।

ଶିବରାମ ଇଟାମାଟି ଅଞ୍ଚଳରେ ମାର୍ବଲ ଦୋକାନ କରିଥିଲେ। ତାଙ୍କ ଘର ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ। ତାଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ୩ ଦିନ ହେଲା ନୟାଗଡ଼‌ରେ ଡେରା ପକାଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ତେବେ ବଜ୍ରକାପ୍ତା ଲିଙ୍କ୍‌ରେ ନୟାଗଡ଼ରୁ ଏହା ଦ୍ବିତୀୟ ଗିରଫ ଘଟଣା। ଏହାପୂର୍ବରୁ ୨୦୧୮ ଜୁନ୍‌ ୬ ତାରିଖରେ ଦଶପଲ୍ଲାର ଟାକେରା ଚେକ୍‌ ଗେଟ୍‌ରୁ ବଜ୍ରକାପ୍ତା ବେପାରୀ ଶ୍ୟାମସୁଦ୍ଦିନ ଖାଁ(୫୮) ଧରାପଡ଼ିଥିଲା। ନୟାଗଡ଼ର ଦଶପଲ୍ଲା ଅଞ୍ଚଳରେ ବିରଳ ବଜ୍ରକାପ୍ତା ପକ୍ଷୀଙ୍କୁ ଦେଖିବାକୁ ମିଳିଥା‌ଏ। ଶିବରାମ କେତେ ବର୍ଷ ହେବ ଏହି କାରବାର କରି ଆସୁଥିଲେ, ସେ ନେଇ ସ୍ପଷ୍ଟ ଭା‌ବେ କିଛି ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe