ଚାକିରି ଦେବା ନାଁରେ ୧୨ ଲକ୍ଷ ଠକେଇ: ଜଣେ ଗିରଫ

ଦିଲ୍ଲୀ ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ଚାକିରି କରାଇଦେବା ଆଳରେ ଠକେଇ ଅଭିଯୋଗରେ ଜଣଙ୍କୁ ସେକ୍ଟର-୭ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଦିଲ୍ଲୀ ଜେଏନ୍‌ୟୁର ମୂଳନିବାସୀ...

One arrested for cheating Rs 1.2 lakhs in the name of providing job

One arrested for cheating Rs 1.2 lakhs in the name of providing job Photograph: (sambad.in)

ରାଉରକେଲା: ଦିଲ୍ଲୀ ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ଚାକିରି କରାଇଦେବା ଆଳରେ ଠକେଇ ଅଭିଯୋଗରେ ଜଣଙ୍କୁ ସେକ୍ଟର-୭ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ହେଲେ ଦିଲ୍ଲୀ ଜେଏନ୍‌ୟୁର ମୂଳନିବାସୀ ତଥା ସେକ୍ଟର-୧ ଅଞ୍ଚଳର ରାଜୀବ ସେଠୀ(୫୦)। ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନାନୁଯାୟୀ, ରାଜୀବ ସେଠୀ ଦିଲ୍ଲୀ ଜେଏନ୍‌ୟୁରେ ଲାବ୍‌ ଆସିଷ୍ଟାଣ୍ଟ ଭାବେ କାମ କରନ୍ତି। ଅଭିଯୋଗକାରୀ ସେକ୍ଟର-୭ ଅଞ୍ଚଳର ରଞ୍ଜନ ନାୟକ ନିଜ ଶଳାଙ୍କ ଚାକିରି ପାଇଁ ସାଙ୍ଗ ରାଜୀବ ସେଠୀଙ୍କ ସହ ଆଲୋଚନା କରିଥିଲେ। ରାଜୀବ ଜେଏନ୍‌ୟୁରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେବାରୁ ୨୦୨୨ ମସିହାରେ ରଞ୍ଜନ ପ୍ରାୟ ୧୨ ଲକ୍ଷ ଟଙ୍କା କିଛି ନଗଦ ଓ କିଛି ଅନ୍‌ଲାଇନ୍‌ ମାଧ୍ୟମ​ରେ ତାଙ୍କୁ ଦେଇଥିଲେ।

ଟଙ୍କା ଦେବାର ବର୍ଷେ ବିତିବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ରଞ୍ଜନ ଟଙ୍କା ଫେରସ୍ତ ମାଗିଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ରାଜୀବ ଟଙ୍କା ନ ଫେରାଇବାରୁ ରଞ୍ଜନ ଦିଲ୍ଲୀ ଯାଇଥିଲେ। ସେଠାରେ ରାଜୀବ ତାଙ୍କୁ ଟଙ୍କା ଫେରାଇବାକୁ ମନା କରିବା ସହ ଗାଳିଗୁଲଜ କରିଥିଲେ।

ତେଣୁ ରଞ୍ଜନ ବାଧ୍ୟ ହୋଇ ମାର୍ଚ୍ଚ ମାସ​ରେ ସେକ୍ଟର-୭ ଥାନା​ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ରାଜୀବ କିଛି ଦିନ ପୂର୍ବେ ଏକ ପାରିବାରିକ କାର୍ଯ୍ୟରେ ରାଉରକେଲା ଆସିଥିବା ଖବର ପାଇବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

sundargarh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe