କୋରେକ୍ସ ବିକି ଜଣେ ଗିରଫ

Advertisment
କୋରେକ୍ସ ବିକି ଜଣେ ଗିରଫ

ପୁରୀ : ବେଆଇନ ଭାବେ କୋରେକ୍ସ ରଖି ବିକ୍ରି କରିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଜଣକୁ ଗିରଫ କରିଛି। ଏହି କୋରେକ୍ସ ବେପାରୀ ଠାରୁ ପୁଲିସ ୨୦ଟି କୋରେକ୍ସ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ପୂର୍ବାହ୍ନ ୬ଟା ସମୟରେ କୁମ୍ଭାରପଡ଼ା ଥାନା ରାମଚଣ୍ଡି ସାହି ବାଲି ଉପର ବସ୍ତିର କାବୁ ଓରଫ ସିମାଞ୍ଚଳ ପ୍ରଧାନ(୨୫) ତା’ର ଘର ସମ୍ମୁଖରେ ରହି ବେଆଇନ ଭାବେ କୋରେକ୍ସ ବିକ୍ରି କରୁଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହି ଖବର ପାଇ
କୁମ୍ଭାରପଡ଼ା ଥାନା ଏଏସ୍ଆଇ ଏସ୍ଆଇ ପ୍ରସନ୍ନ କୁମାର ଲେଙ୍କା ସେଠାରେ ସଦଳବଳେ ଚଢ଼ଉ କରି ତା ନିକଟରୁ ୨୦ଟି କୋରେକ୍ସ ବୋତଲ ଜବତ କରିଥିଲା। ତେଣୁ ଏନେଇ ଏସ୍ଆଇ ଲେଙ୍କାଙ୍କ ଅଭିଯୋଗକ୍ରମେ କୁମ୍ଭାରପଡ଼ା ଥାନାରେ ପୁଲିସ ୧୪୦/୨୧ ନମ୍ବରରେ ଏକ ମାମଲା ରୁଜୁ କରିଥିଲା। ଏସ୍ଆଇ ଦିବ୍ୟରଞ୍ଜନ ପଣ୍ଡା ଏହି ମାମଲାର ତଦନ୍ତ ଦାୟିତ୍ବ ନେଇ ଗତକାଲି କାବୁକୁ ଗିରଫ ପରେ କୋର୍ଟଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe