ଜଳେଶ୍ବରରେ କ୍ରିକେଟ୍‌ ବେଟିଂ: ଲକ୍ଷେ ୩୦ ହଜାର ଟଙ୍କା ଜବତ, ଜଣେ ଗିରଫ

ଜଳେଶ୍ବରରେ କ୍ରିକେଟ୍‌ ବେଟିଂ: ଲକ୍ଷେ ୩୦ ହଜାର ଟଙ୍କା ଜବତ, ଜଣେ ଗିରଫ

ଜଳେଶ୍ବର : ଜଳେଶ୍ବରରେ ଧରାପଡ଼ିଛି କ୍ରିକେଟ୍ ଜୁଆ ରୢାକେଟ୍‌। ରବିବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ଏହାର ଫଳାଫଳ ଉପରେ ଲାଗିଥିଲା ବେଟିଂ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁ ଓ ଏସ୍‌ଆଇ ଦିଲ୍ଲୀପ ସାମଲ ସ୍ଥାନୀୟ ଗ୍ୟାରେଜ୍‌ ବଜାର ଅଞ୍ଚଳର ଏକ ଦୋକାନରେ ଚଢଉ କରି ଜଣକୁ ଗିରଫ କରିଥିବା ବେଳେ ସେଠାରୁ ଲକ୍ଷେ ୩୦ ହଜାର ଟଙ୍କା ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସ୍ଥାନୀୟ ରାଜପୁର ଗ୍ରାମର ସେଖ ଇସଲାଦ୍ଦିନଙ୍କ ପୁଅ ସେଖ ଅମୀରୁଦ୍ଦିନ। ଏ ନେଇ ଜଳେଶ୍ବର ଥାନା କେସ୍ ନଂ ୨୮/୧୯‌ରେ ଏକ ମାମଲା ରୁଜୁ ହୋଇଛି। ତେବେ କ୍ରିକେଟ୍‌ ଜୁଆରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ତଦନ୍ତ ପରେ ଏ ନେଇ ସ୍ପଷ୍ଟ ହେବ ବୋଲି ଜଳେଶ୍ବର ଥାନା ଆଇଆଇସି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ଦ୍ବାରା ବ୍ରାଉନ୍‌ସୁଗାର ଜବତ ହେବା ଘଟଣାକୁ ସପ୍ତାହ ନପୂରୁଣୁ କ୍ରିକେଟ୍‌ ବେଟିଂ ପୁଲିସର ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe