ସମଲିଙ୍ଗୀ ସଂପର୍କ ରଖିବାକୁ ଡାକିଲେ, ଲୁଟିଲେ; ଜଣେ ଗିରଫ, ମାଷ୍ଟରମାଇଣ୍ଡ ଟୁଲୁ ସମେତ ୨ଫେରାର୍

Advertisment

୫ମାସ ତଳେ ଫୋନ୍ ପେ’ରେ ୧ଲକ୍ଷ ଟଙ୍କା ଲୁଟ୍‌ର ଅଭିଯୋଗ ହୋଇଥିଲା

୫ମାସ ତଳେ ଫୋନ୍ ପେ’ରେ ୧ଲକ୍ଷ ଟଙ୍କା ଲୁଟ୍‌ର ଅଭିଯୋଗ ହୋଇଥିଲା

ସମଲିଙ୍ଗୀ ସଂପର୍କ ରଖିବାକୁ ଡାକିଲେ, ଲୁଟିଲେ; ଜଣେ ଗିରଫ, ମାଷ୍ଟରମାଇଣ୍ଡ ଟୁଲୁ ସମେତ ୨ଫେରାର୍

ଭୁବନେଶ୍ବର : ମହଙ୍ଗା ପଡ଼ିଲା ଅନଲାଇନ୍ ଆପ୍‌ରେ ଡେଟିଂ ପାଇଁ ବନ୍ଧୁ ଖୋଜିବା। ସମଲିଙ୍ଗୀ ଶାରୀରିକ ସଂପର୍କ ରଖିବାକୁ ଡାକି ଜଣେ ଯୁବକଙ୍କ ମୋବାଇଲ୍‌ ସମେତ ଆକାଉଣ୍ଟ୍‌ରୁ ୧ଲକ୍ଷ ଟଙ୍କା ଲୁଟିନେଇଛନ୍ତି ୩ ଦୁର୍ବୃତ୍ତ। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବାର ୫ମାସ ପରେ ପୁଲିସ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ୍ କରିଛି। ଲୁଟ୍‌ରେ ସାମିଲ ଡୁମୁଡୁମା ଫେଜ୍-୨ର ଶୁଭମ ସିଂହ ଓରଫ ବାବୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାଷ୍ଟରମାଇଣ୍ଡ ଟୁଲୁ ଓ ଆଲୋକ ଫେରାର୍ ଥିବା ପୁଲିସ ସୂଚନା ଦେଇଛି।

ଖବର ଅନୁଯାୟୀ, ଭୁବନେଶ୍ବରର ଏକ ପ୍ରତିଷ୍ଠିତ ମେଡିକାଲରେ ଫାର୍ମାସିଷ୍ଟ ଥିବା ଜଣେ ଯୁବକ ତମାଣ୍ଡୋସ୍ଥିତ ନନ୍ଦିଘୋଷ ଆପାର୍ଟମେଣ୍ଟକୁ ଖାଇବା ଆଣିବାକୁ ଯାଇଥିବା ବେଳେ ତାଙ୍କ ମୋବାଇଲ୍ ଛଡ଼ାଇ ୩ଜଣ ଦୁର୍ବୃତ ଫେରାର୍ ହୋଇଯାଇଥିଲେ। ପରେ ସେ ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଅନ୍ଧାରୁଆ ରଣସିଂହପୁର ଗାଁ ଆଡ଼କୁ ଚାଲିଯାଇଥିଲେ। ସେଠାରେ ଦୁର୍ବୃ୍ତମାନେ ଫାର୍ମାସିଷ୍ଟଙ୍କୁ ଏକୁଟିଆ ପାଇ ତାଙ୍କ ମୋବାଇଲ୍‌ ପାସଵାର୍ଡ ଜୋର୍ ଜବରଦସ୍ତ ଫିଟାଇ ୫ଥରରେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ନେଇଯାଇଥିଲେ। ଏନେଇ ଫାର୍ମାସିଷ୍ଟ ଜଣକ ତମାଣ୍ଡୋ ଥାନାରେ ଲୁଟ୍ ହୋଇଥିବା ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ କରିବା ପରେ ତମାଣ୍ଡୋ ଥାନା ପୁଲିସ ସାଂଘାତିକ ସୁରାକ ପାଇଥିଲା। ପୁଲିସ ସୂଚନା ଅନୁଯାୟୀ ଫାର୍ମାସିଷ୍ଟ ଜଣଙ୍କ ୨୦୨୧ରେ ‘ଗ୍ରାଇଣ୍ଡର୍ ଗେ ଚାଟ୍’ ଆପ୍‌ରେ ପଞ୍ଜୀକରଣ କରାଇଥିଲେ। ସେ ସମଲିଙ୍ଗୀ ହୋଇଥିବାରୁ ଡେଟିଂ ପାଇଁ ଜଣେ ପୁରୁଷ ବନ୍ଧୁଙ୍କ ସହ ଯୋଗାଯୋଗ କରିଥିଲେ। ପୁରୁଷ ବନ୍ଧୁଙ୍କ ସହ ଯୋଗାଯୋଗ କରିବା ସମୟରେ ଟୁଲୁ ସହିତ ତାଙ୍କର କଥାବାର୍ତ୍ତା ଚାଲିଥିଲା। ଏହା ପରେ ସେ ୨୮ ଜାନୁଆରିରେ ଟୁଲୁଙ୍କ ସହ ସାକ୍ଷାତ୍ କରିବା ପାଇଁ ନନ୍ଦିଘୋଷ ଆପାର୍ଟମେଣ୍ଟକୁ ନିକଟକୁ ଆସିଥିଲେ। ଟୁଲୁ ଦେଖା କରିବା ବାହାନାରେ ତାଙ୍କର ୨ସହଯୋଗୀ ଆଲୋକ ଓ ଶୁଭମକୁ ସାଙ୍ଗରେ ଆଣିଥିଲେ। ପରେ ତାଙ୍କୁ ସଂପର୍କ ସ୍ଥାପନା କରିବା ପାଇଁ କହି ଜୋର୍‌ ଜବରଦସ୍ତ ଅନ୍ଧାରୁଆ ନେଇଯାଇଥିଲେ। ସେଠାରେ ତାଙ୍କୁ ନିସ୍ତୁକ ପିଟି ତାଙ୍କ ମୋବାଇଲ୍ ଛଡ଼ାଇଥିଲେ। ଏହା ପରେ ତାଙ୍କ ଆକାଉଣ୍ଟ୍‌ରୁ ୫ଥରରେ ପ୍ରାୟ ଲକ୍ଷେ ଟଙ୍କା ନେଇ ଚମ୍ପଟ୍ ମାରିଥିଲେ।

ଅପରପଟେ ତମାଣ୍ଡୋ ପୁଲିସ ଆହୁରି ତଦନ୍ତ କରି କହିଛି, ୩ ଅଭିଯୁକ୍ତ ହେଉଛନ୍ତି ପେସାଦାର ଲୁଟେରା। ସେମାନେ ଛିନ୍‌ତାଇ, ଲୁଟ୍, ଡକାୟତି, ଚୋରି ଆଦି ଅପରାଧିକ ମାମଲାରେ ଲିପ୍ତ। କିଛିଦିନ ସିରିଜ୍ ଲୁଟ୍‌ପାଟ୍ କରିବା ପରେ ଅଭିଯୁକ୍ତମାନେ ସମଲିଙ୍ଗୀ ସଂପର୍କ ସ୍ଥାପନା ପାଇଁ ଖୋଜୁଥିବା ଯୁବକକୁ ଟାର୍ଗେଟ କରନ୍ତି। ଏଥିପାଇଁ ଅନ୍‌ଲାଇନ୍‌ରେ ଉପଲବ୍ଧ ଥିବା ଆପ୍‌ରେ ପଞ୍ଜୀକରଣ କରାଇଥାନ୍ତି। ଏହା ପରେ ଶାରୀରିକ ସଂପର୍କ ରଖିବାକୁ ଖୋଜୁଥିବା ଯୁବକଙ୍କୁ ଟୁଲୁ ସମଲିଙ୍ଗୀ ବୋଲି ଦର୍ଶାଇ ଭେଟିବାକୁ ଡାକେ। କଥା ଛଳରେ ତାଙ୍କୁ ରାତିରେ ସଂପର୍କ ରଖିବାକୁ ତାରିଖ ସ୍ଥିର କରେ। ଏହି ଆଳରେ ନିଜ ସହଯୋଗୀଙ୍କ ସହ ଆସି ଯୁବକଙ୍କୁ ଲୁଟପାଟ୍ କରି ଫେରାର୍ ହୋଇଯାଏ। ତେବେ ଲଜ୍ଜା ଭୟରେ ଅନେକ ଯୁବକ ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରନ୍ତି ନାହିଁ। ତେଣୁ ଟୁଲୁ ଓ ତା’ ଗୋଷ୍ଠୀ ଏହି ଅଭିନବ ଉପାୟରେ ଯୁବକଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି। କେବଳ ଏମ୍‌ସ ଫାର୍ମାସିଷ୍ଟ ନୁହେଁ, ଅଭିଯୁକ୍ତମାନେ ପୂର୍ବରୁ ଏହିଭଳି ଅନେକ ଯୁବକଙ୍କୁ ଶାରୀରିକ ସଂପର୍କ ରଖିବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟିଥିବା ଗିରଫ ଅଭିଯୁକ୍ତ ଶୁଭମ ସୂଚନା ଦେଇଛି। ତମାଣ୍ଡୋ ଥାନା ପୁଲିସ ଶୁଭମ ପାଖରୁ ଏକ ସିମ୍ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe