ମାହାଙ୍ଗା ଡବଲ୍ ମର୍ଡର : ଭୁବନେଶ୍ବରରୁ ଜଣେ ଗିରଫ

Advertisment

ପଞ୍ଚାନନ ସେଠୀର ବୟାନ: ବେଙ୍ଗୁଆ, କୁନିଆ ଲଙ୍ଗଳା କରି ପିଟିଲେ... ସେଥିପାଇଁ ମାରିଦେଲି

ପଞ୍ଚାନନ ସେଠୀର ବୟାନ: ବେଙ୍ଗୁଆ, କୁନିଆ ଲଙ୍ଗଳା କରି ପିଟିଲେ... ସେଥିପାଇଁ ମାରିଦେଲି

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

କଟକ/ମାହାଙ୍ଗା : ‘ବେଙ୍ଗୁଆ (ରଂଜିତ ବରାଳ), କୁନିଆ (ରମାକାନ୍ତ ବରାଳ) ମୋତେ ଲଙ୍ଗଳା କରି ପିଟିଲେ। ମୁଁ ପାଗଳ (କୁଳମଣି ବରାଳ)ଙ୍କୁ ମାରିଦେଲି...।’ ଆଜି କୋର୍ଟଚାଲାଣ ବେଳେ ଗଣମାଧ୍ୟମକୁ ଏଭଳି ବୟାନ ଦେଇଛି ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପଞ୍ଚାନନ ସେଠୀ। ପଞ୍ଚାନନର ଏଭଳି ବୟାନ ଏବେ ଦୁଇ ପୁଅ ରମାକାନ୍ତ ଓ ରଂଜିତଙ୍କ କାର୍ଯ୍ୟକଳାପ କୁଳମଣିଙ୍କ ଜୀବନ ନେଲା ବୋଲି ଇଂଗିତ ଦେଉଛି। ଏହାସହିତ ଡିସେମ୍ବର ୨୭ ତାରିଖ ରାତିରେ ଘଟିଥିବା ଘଟଣା ଏବଂ ପରବର୍ତ୍ତୀ ସମୟରେ ପୁଲିସ୍‌ର ଚରମ ନିଷ୍କ୍ରିୟତା ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର କାରଣ ହେଲା ବୋଲି କୁହାଯାଉଛି। ଗତକାଲି ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତ କୈଳାସ ଖଟୁଆ(୫୫)କୁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଗତକାଲି ଗିରଫ ହୋଇଥିବା ଅରବିନ୍ଦ ଖଟୁଆର ବାପା ହେଉଛି କୈଳାସ।

ଗତ ଜାନୁଆରି ୨ ତାରିଖ, ଶନିବାର ସଂଧ୍ୟାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦାଦା ଦିବ୍ୟସିଂହ ବରାଳ ବାଇକରେ ଘରକୁ ଫେରୁଥିବା ବେଳେ ରାସ୍ତା ମଝିରେ ସେମାନଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ରାଜନୈତିକ ବିବାଦରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଏଫ୍‌ଆଇଆର୍‌ରେ ସେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣିଥିଲେ। ଅନ୍ୟପଟେ ଡିସେମ୍ବର ୨୭ ତାରିଖ ରାତିରେ ଘଟିଥିବା ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ଥାନାରେ ରୁଜୁ ହୋଇଥିବା ମାମଲା ମଧ୍ୟ ଏହି ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିଲା।

ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପଞ୍ଚାନନର ବୟାନ ଡିସେମ୍ବର ୨୭ର ଘଟଣା ଡବଲ ମର୍ଡରର ମୁଖ୍ୟ କାରଣ ବୋଲି ଦର୍ଶାଉଥିଲେ ବି ବିକାଶ ଯେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଏବଂ ବିଜେଡିର ସ୍ଥାନୀୟ ଆଗଧାଡିର ନେତା ଓ କର୍ମୀ ଏଯାଏ ଧରା ନ ପଡ଼ିବା ଘଟଣା ଏବେ ବି ଘଟଣାକୁ ରହସ୍ୟମୟ କରି ରଖିଛି।

ଏପରି ଅବସ୍ଥାରେ ଆଜି ଭୁବନେଶ୍ବରଠାରୁ ପୁଲିସ୍‌ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି, କୈଳାସ ଖଟୁଆ। କୁଳମଣିଙ୍କ ପୁଅ ରମାକାନ୍ତ ଦେଇଥିବା ଏଫ୍‌ଆଇଆର୍‌ରେ କୈଳାସର ନାଁ ଥିବାବେଳେ ଅରବିନ୍ଦର କିନ୍ତୁ ନାଁ ନଥିଲା। ଫଳରେ ଏଫ୍‌ଆଇଆରରେ ଯେଉଁ ୧୩ ଜଣଙ୍କ ନାଁ ଥିଲା, ସେଥିରୁ ୪ ଜଣଙ୍କୁ ଆଜିସୁଦ୍ଧା ଗିରଫ କରାଯାଇପାରିଛି। ଗିରଫ ହୋଇଥିବା ୫ ଅଭିଯୁକ୍ତ ପଞ୍ଚାନନ ସେଠୀ (୨୮), ଅରବିନ୍ଦ ଖଟୁଆ ଓରଫ ଅରୁ (୨୭), କ୍ଷୀତିଶ ଆଚାର୍ଯ୍ୟ (୪୫), ଲଳିତମୋହନ ବରାଳ(୭୫), କୈଳାସ ଖଟୁଆ (୫୫)ଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ବୋଲି ଏସ୍‌ପି ବି. ଯୁଗଳ କିଶୋର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe