୩ବର୍ଷ ପରେ ହତ୍ୟାକାରୀ ଭାଇ ଗିରଫ

Advertisment
୩ବର୍ଷ ପରେ ହତ୍ୟାକାରୀ ଭାଇ ଗିରଫ

Babylon Radio

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମାଓ ପ୍ରବଣ ସୁଧାକୋଣ୍ଡା ଗ୍ରାମରେ ୨୦୧୬ମସିହାରେ ନିଜ ବଡ଼ବାପାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୁକ୍ତକୁ ପୁଲିସ ଆଜି ଗରିଫ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ପୁଲିସ ଜବତ କରିଛି। ଅଭିଯୁକ୍ତ ଜଣକ ସୁଧାକୋଣ୍ଡା ଗ୍ରାମର ବଜା ମାଡକାମୀଙ୍କ ପୁଅ ଭୀମା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଜମିଜମା ବିବାଦକୁ କେନ୍ଦ୍ର କରି ସୁଧାକୋଣ୍ଡା ଗ୍ରାମର ଭୀମା ମାଡକାମୀ ନିଜ ବଡବାପାଙ୍କ ପୁଅ ତଥା ଭାଇ ରାମା ମାଡକାମୀଙ୍କୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଥିଲା। ପରେ ପ୍ରମାଣ ନଷ୍ଟ କରିବା ପାଇଁ ନିକଟସ୍ଥ ଜଙ୍ଗଲରେ ରାମାଙ୍କ ଶବକୁ ପୋଡ଼ି ଦେଇଥିଲା। ଏପରିକି ରାମାଙ୍କୁ ନକ୍ସଲ ହତ୍ୟା କରିଥିବା ନେଇ ଭୀମା ମିଥ୍ୟା ପ୍ରଚାର କରିବା ସହ ସେହି ଦିନ ଠାରୁ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ଅନ୍ୟପଟେ କାଲିମେଳା ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଫେରାର ଥିବା ଭୀମା ୩ବର୍ଷ ହେଲା ଗମ୍ପାକୋଣ୍ଡାରେ ନିଜ ମାମୁଙ୍କ ଘରେ ରହୁଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଗମ୍ପାକୋଣ୍ଡା ଗାଁରେ ଚଢ଼ାଉ କରି ପୁଲିସ ଭୀମା କାବୁ କରିଥିଲା। ପଚରାଉଚରା ପରେ ରାମାଙ୍କୁ ଦେଶୀ ବନ୍ଧୁକରେ ଗୁଳି କରି ହତ୍ୟା କରିଥିବା ନେଇ ଭୀମା ପୁଲିସ ନିକଟରେ ସ୍ବୀକାର କରିଥିଲା। ସେହିପରି ନିଜ ଘର ବାରିପଟେ ଲୁଚାଇଥିବା ଦେଶୀ ବନ୍ଧୁକ ବାହାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe