ତମ୍ବା ପ୍ଲେଟ୍‌ ଚୋରି ଘଟଣାରେ ଜଣେ ଗିରଫ

ନବ ବିବାହିତାଙ୍କ ମୃତ୍ୟୁ ଘଟଣାରେ ନଣନ୍ଦ ଓ ଶାଶୁ କୋର୍ଟ ଚାଲାଣ

Brandt Kettwick Defense

ପୁରୀ : ସମୁଦ୍ରକୂଳ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ପରିସରରୁ ତମ୍ବା ପ୍ଲେଟ୍‌ ଚୋରି କରିନେବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସିଟି ରୋଡ୍‌ ନୂଆସାହିର ସିପୁନ ଦାସ(୧୮) ଗତ ୫ ତାରିଖ ଦ୍ବିପ୍ରହରରେ ହୋଟେଲ ବଙ୍ଗଲକ୍ଷ୍ମୀ ମେରାଇନ୍‌ ଡ୍ରାଇଭ୍‌ ପାଚେରି ଡେଇଁ ଭିତରେ ପଶି ତମ୍ବା ପ୍ଲେଟ୍‌ ଚୋରି କରି ନେଇଥିଲା। ଏ ସମ୍ପର୍କରେ ହୋଟେଲ ମାଲିକ ଟାଉନ ଥାନା ଅନ୍ତର୍ଗତ ହରଚଣ୍ଡୀସାହିର କୃଷ୍ଣଚନ୍ଦ୍ର ପ୍ରତିହାରୀ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ସିପୁନକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ଚୋରି ଅଭିଯୋଗରେ ୨ ଗିରଫ
ପୁରୀ : ଗତ ୫ ତାରିଖ ବିଳମ୍ବିତ ରାତିରେ ବେଳାଭୂମିରେ ଥିବା ଏକ ଦୋକାନ ତାଡ଼ି ସାମଗ୍ରୀ ଚୋରି କରିନେବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଆଜି ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଲିନୋଳି ସାହି ଦେଉଳିସାହିର ଲୋକନାଥ ସାହୁ(୩୬), ବି. ଶଙ୍କର(୩୭)ଙ୍କୁ ଗିରଫ କରିଛି। ତେବେ ତୃତୀୟ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ପୁଲିସ କହିଛି। ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନା ପୁଲିସ ୧୭୪/୨୩ ନମ୍ବରରେ ଏକ ମାମଲା ରୁଜୁ କରି ଏହି ଦୁଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe