ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା; ଜଙ୍ଗଲରୁ ଉଲଗ୍ନ ମୃତଦେହ ଉଦ୍ଧାର, ଜଣେ ଗିରଫ

ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ବଡ଼ବିଲ : ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ଦୁୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଛି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରାରେ। ସଂପୃକ୍ତ ମହିଳାଙ୍କ ଉଲଗ୍ନ ମୃତଦେହକୁ ପୁଲିସ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। ଘଟଣାରେ ସଂପୃକ୍ତ ପ୍ରେମିକକୁ ପୁଲିସ ଗିରଫ କରିଛି।।

ପୁଲିସ ସୂଚନା ଅନୁଯାୟୀ ବଡ଼ବିଲ ଥାନା ନାଲଦାବସ୍ତିରେ ୩ ପିଲାଙ୍କ ସହିତ ରହି ଆସୁଥିଲେ ଜଗନ୍ନାଥ ମହାକୁଡ, ତାଙ୍କ ସ୍ତ୍ରୀ ରୀନା ମହାକୁଡ(୩୧)। ବଡ଼ବିଲ ଥାନା ଅନ୍ତଗର୍ତ କାରାଖେଣ୍ଡରା ଗ୍ରାମର ରାମଚନ୍ଦ୍ର ନାଏକ(୨୭) ଓ ରୀନା ମହାକୁଡ଼ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ। ସେଠାରେ ରାମ ଓ ରୀନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରୀନାଙ୍କୁ ପ୍ରତ୍ୟେକ ଦିନ ରାମ ତାଙ୍କ ବାଇକରେ ନାଲଦାରୁ କାରାଖେଣ୍ଡରା କାରଖାନାକୁ ନେବା ଆଣିବା କରୁଥିଲେ। ୧୮ ତାରିଖ ରୀନା ଅନ୍ୟଜଣଙ୍କ ସହ ଏକ ବାଇକରେ କାରାଖେଣ୍ଡରା ସ୍ଥିତ କାରଖାନାକୁ ଆସିଥିଲେ। ରାମଚନ୍ଦ୍ର ଏହା ଦେଖିବା ପରେ ତାଙ୍କ ରାଗ ପଞ୍ଚମରେ ପହଞ୍ଚି ଯାଇଥିଲା। ରୀନାଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ସେଦିନ ରାମ ପୂର୍ବଯୋଜନା ଅନୁସାରେ ରୀନାଙ୍କୁ ଜଗି ରହିଥିଲା। ରୀନାଙ୍କ ଡ୍ୟୁଟି ସରିବାପରେ ତାଙ୍କୁ ଫୁସୁଲାଫୁସୁଲି କରି ବାଇକରେ ବସାଇ ଏକ ଜଙ୍ଗଲିଆ ରାସ୍ତାରେ ନେଇଯାଇଥିଲା। ସେଠାରେ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା। ଅନ୍ୟ ଜଣକ ସହ କାହିଁକି ବାଇକରେ ଆସିଲୁ ବୋଲି ପଚାରିବାରୁ ଏନେଇ ରାମ ଓ ରୀନାଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରାମ ଏକ ବାଡ଼ିରେ ରୀନାକୁ ପିଟିପିଟି ମାରି ଦେଇଥିଲା। ସେଠାରେ ଶବକୁ ଛାଡ଼ି ଚାଲି ଆସିଥିଲା।

ଘଟଣା ପରେ ରୀନାଙ୍କ ପରିବାର ଲୋକେ ରୀନାଙ୍କୁ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ମିଳି ନଥିଲା। ୨୧ ତାରିଖ ରୀନାର ଭାଇ ରତ୍ନାକର ମହାକୁଡ ନିକଟସ୍ଥ ଜଙ୍ଗଲରେ ଏକ ମୃତଦେହ ପଡିଥିବାନେଇ ବଡ଼ବିଲ ପୁଲିସକୁ ଜଣାଇଥିଲେ। ବଡ଼ବିଲ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାର ଲୋକେ ରୀନାଙ୍କ ଶବକୁୁ ଚିହ୍ନଟ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବ‌ାବେଳେ ବଡ଼ବିଲ ପୁଲିସ ଶବ ଜବତ୍ କରି ବ୍ୟବଚ୍ଛେଦ କରାଇଥିଲା। ପୁଲିସ ୧୧୮/୨୧ ଦଫା ୨୦୧ ଓ ୩୦୨ରେ ହତ୍ୟା ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ପ୍ରେମିକ ରାମଚନ୍ଦ୍ର ନାଏକ(୨୭)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe