image source-Sabrang India
ସମ୍ବଲପୁର : ମଧ୍ୟପ୍ରଦେଶ ବିଧାୟକ ରାମେଶ୍ବର ଶର୍ମାଙ୍କୁ ସୋସିଆଲ ମିଡିଆରେ ଧମକ ଅଭିଯୋଗରେ ସମ୍ବଲପୁରରୁ ଜଣଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶର ସାଇବର ସେଲ ଏବଂ କ୍ରାଇମ୍ ବ୍ରାଞ୍ଚ ଟିମ। ଗିରଫ ବ୍ୟକ୍ତି ଜାଭେଦ ଅଖତର(୨୮) ଝାଡ଼ଖଣ୍ଡ ନିବାସୀ ଏବଂ ସମ୍ବଲପୁରର ଏକ ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପ୍ରୋଫେଟ ମହମ୍ମଦଙ୍କ କାର୍ଟୁନକୁ ନେଇ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ବିଧାୟକ ତଥା ଅସ୍ଥାୟୀ ବାଚସ୍ପତି ରାମେଶ୍ବର ଶର୍ମା ଏକ ମନ୍ତବ୍ୟ ଦେବା ପରେ ଏହାକୁ ବିରୋଧ କରି ଜଣେ ବ୍ୟକ୍ତି ତାଙ୍କୁ ଜୀବନରେ ମାରିଦେବାକୁ ଫେସବୁକରେ ଧମକ ଦେଇଥିଲା। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଜାଭେଦ୍କୁ ଗିରଫ କରିଥିବା ଜଣାପଡ଼ିଛି।
Follow Us