ପାନଛେପ ପକାଇବାକୁ ବିରୋଧ କରିବାକୁ ଶିକ୍ଷକଙ୍କୁ ଆକ୍ରମଣ, ଜଣେ ଗିରଫ

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରୁ ମୃତ ବାର୍‌ହା ଜବତ; ତିନି ଅଭିଯୁକ୍ତ ଫେରାର

Image Courtesy of NDTV

ଖୋର୍ଦ୍ଧା: ରାସ୍ତାରେ ଯାଉଥିବା ବେଳେ ପାନ ଛେପ ପକାଇବାରୁ ଦୁଇଜଣ ଶିକ୍ଷକ ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଜଣେ ଯୁବକ ଉଭୟ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସ ହାତରେ ଗିରଫ ହୋଇଛନ୍ତି। ସୂଚନାନୁସାରେ, ଶୁକ୍ରବାର ଦିନ ପ୍ରାୟ ୧୧ଟା ବେଳେ କଟକର ଦୁଇଜଣ ଶିକ୍ଷକ ଅନିମେଶ ସେନ ଓ ସୂର୍ଯ୍ୟ ମିତ୍ର ସେନ୍‌ ସ୍ଥାନୀୟ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ମୋଟର ସାଇକଲରେ ଆସୁଥିଲେ। ଏହିସମୟରେ କଣ୍ଟା ଛକରେ ଅନ୍ୟ ଏକ ମୋଟରସାଇକଲରେ ଯାଉଥିବା ଦେବାଶିଷ ପଟ୍ଟନାୟକ ଓରଫ ଡୁଡୁ ପାନ ଖାଇ ଛେପ ପକାଇବା ବେଳେ ଉଭୟ ଶିକ୍ଷକଙ୍କ ଉପରେ ପଡ଼ିଥିଲା। ଏହାକୁ ଶିକ୍ଷକ ଦ୍ବୟ ପ୍ରତିବାଦ କରିବାରୁ ଦେବାଶିଷ ଉତ୍‌କ୍ଷୀପ୍ତ ହୋଇ ଉଭୟଙ୍କୁ ଆକ୍ରମଣ କରିଥିଲା। ଏନେଇ ପୀଡ଼ିତ ଶିକ୍ଷକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ୫୫୫/୨୦୨୩ରେ ଏକ ମାମଲା ରୁଜୁ କରିବା ସହ ଦେବାଶିଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe