କରୋନା ସଂପର୍କିତ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରି ଜଣେ ଗିରଫ

Advertisment
କରୋନା ସଂପର୍କିତ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରି ଜଣେ ଗିରଫ

ଯାଜପୁର: କରୋନା ସଂପର୍କିତ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଯାଜପୁର ପୁଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଯାଜପୁର ଏସ୍‌ପିଙ୍କ ଟୁଇଟରୁ ଏହି ସୂଚନା ମିଳିଛି । ଟୁଇଟରେ କୁହାଯାଇଛି ଯେ, ଜିଲ୍ଲାର ବରୀ ଅଞ୍ଚଳର ଯୁବକ କରୋନା ସଂପର୍କିତ ମିଥ୍ୟା ଖବର ହ୍ୱାଟସଅପରେ ଭାଇରାଲ କରିଥିଲେ ।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ ଗତ କାଲିଠାରୁ କନକ ଟିଭିର ସ୍କ୍ରିନ ସଟ ନେଇ ସେଥିରେ ଏଡିଟିଂ ଦ୍ୱାରା ବରୀ ଅଞ୍ଚଳରେ ଜଣେ କରୋନା ରୋଗୀ ରହିଥିବାର ମିଥ୍ୟା ଖବର ପ୍ରଚାର ହୋଇଥିଲା, ଯାହା ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଆଜି ବରୀ ରାମଚନ୍ଦ୍ର ପୁର ଥାନାରେ କନକ ଟିଭି ପ୍ରତିନିଧି ଲିଖିତ ଅଭିଯୋଗ କରିଥିଲେ। ପରେ ଯାଜପୁର ଏସ ପି ଚରଣ ସିଂ ମୀନା ଏହାର ତନାଘନା କରିଥିଲେ ।

ଆଜି ବରୀ ରାଉତସାହି ଅଂଚଳର ନିହାର ରଂଜନ ନାୟକଙ୍କୁ  ଭୁବନେଶ୍ବରରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଯାହାକି ଯାଜପୁର ଏସପି ଚରଣ ସିଂ ମୀନା ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ଗିରଫ ଯୁବକ ଜଣକ ଭୁବନେଶ୍ବର ରେ ଧାରାବାହିକ ଅଭିନେତା ଭାବେ କାର୍ଯ୍ୟ କରନ୍ତି । ମିଛ ଗୁଜବ ଭାଇରାଲ ହେଲା ପରେ ଗତକାଲି ଠାରୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe