ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ଜଣେ ଗିରଫ: ୨ ଅଭିଯୁକ୍ତ ଫେରାର୍‌

ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ଯଶିପୁର: ଯଶିପୁର ଥାନା ଇଲାକାରେ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲାର ୩ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ଜଣକୁ ଗିରଫ କରିବାରେ ଯଶିପୁର ପୁଲିସକୁ ସଫଳତା ମିଳିଛି। ଅଭିଯୁକ୍ତ ଯୁବକ ଯଶିପୁର ଅଞ୍ଚଳରେ ବୁଲୁଥିବା ଖବର ପାଇ ଆଜି ପୁଲିସ ଚଢ଼ଉ କରି ତାକୁ ଗିରଫ କରିଥିଲା। ପରେ ବାରିପଦାସ୍ଥିତ ପୋକ୍‌ସୋ କୋର୍ଟରେ ତାକୁ ହାଜର କରାଯାଇଛି।ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଫେରାର୍ ଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତ ଯୁବକ ହେଉଛି ମଣ୍ଟୁ ବେହେରା (୨୨)। ତା’ ଘର ବଜାର ସନ୍ନିକଟ ଗଡ଼ତଳସାହି ଗ୍ରାମରେ। ଗତ ମାସ ୩୦ ତାରିଖରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରେ ୩ ଯୁବକ ବାଇକ୍‌ରେ ଉଠାଇ ନେଇ ଶିମିଳିପାଳର ରାସ୍ତାକଡ଼ରେ ଥିବା ଏକ ପରିତ୍ୟକ୍ତ ଗୃହରେ ଗୋଡ଼ହାତ ବାନ୍ଧି ୬ ଦିନ ଧରି ଦୁଷ୍କର୍ମ କରିଥିଲେ। ପରେ ମାରପିଟ୍‌ କରି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ଦେଇଥିଲେ। ଏ ନେଇ ଥାନା କେସ ନଂ ୭୭/୨୨ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ପୁଲିସ ତିନି ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିବାବେଳେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି।  ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଶ୍ରୀ କିଷାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe