ବାଲେଶ୍ୱର : ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ଠାବ; ଜଣେ ଅଟକ, ୨ ବାଇକ ଜବତ

ବାଲେଶ୍ୱର : ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ ଠାବ; ଜଣେ ଅଟକ, ୨ ବାଇକ ଜବତ

Twitter

ବାଲେଶ୍ୱର : କିଛିଦିନ ତଳେ ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ବଡ଼ଧରଣର ଲୁଟେରା ଗ୍ୟାଙ୍ଗକୁ ଠାବ କରି ୫ ଲୁଟେରାଙ୍କୁ ଗିରଫ କରିବା ସହ ୧୨ଟି ବାଇକ୍‌ ଓ ୨ଟି କାର ଜବତ କରିଥିଲା। ଆଜି ସହଦେବଖୁଣ୍ଟା ଥାନା ପୁଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଗ୍ୟାଙ୍ଗର ଜଣେ ଲୁଟେରାକୁ ପୁଲିସ ଅଟକ ରଖିବା ସହ ତାଠାରୁ ୨ଟି ବାଇକ୍‌ ଜବତ କରିଛି।

ସୂଚନା ମୁତାବକ, କିଛି ଦିନ ତଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ବାଇକ୍‌ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ଆଜି ତାକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ତା’ ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe