ଏଣିକି ସମସ୍ତ ସରକାରୀ ଏବଂ ବେସରକାରୀ ଆମ୍ବୁଲାନ୍ସକୁ ଗୋଟିଏ କଲ୍‌ ସେଣ୍ଟରରେ ଅନ୍ତର୍ଭୁକ୍ତ କରାଯିବ, ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସେବା ଉପରେ ଗୁରୁତ୍ବ

ଏଣିକି ସମସ୍ତ ସରକାରୀ ଏବଂ ବେସରକାରୀ ଆମ୍ବୁଲାନ୍ସକୁ ଗୋଟିଏ କଲ୍‌ ସେଣ୍ଟରରେ ଅନ୍ତର୍ଭୁକ୍ତ କରାଯିବ, ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସେବା ଉପରେ ଗୁରୁତ୍ବ

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କର ଜୀବନରକ୍ଷା ନିମନ୍ତେ ସବୁଠାରୁ ‘ଗୁରୁତ୍ୱପୂର୍ଣ୍ଣ ସମୟ’ (ଗୋଲ୍‌ଡେନ୍‌ ଆଓ୍ଵାର) ପରିଚାଳନାକୁ ଅଧିକ ଦ୍ରୁତ, ପ୍ରଭାବଶାଳୀ ଏବଂ ଫଳପ୍ରସୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାନ୍ଵୟନ ପ୍ରକ୍ରିୟାର ସମୀକ୍ଷା କରି ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ବେସରକାରୀ ଓ ସରକାରୀ ହସ୍ପିଟାଲ୍‌ ବିନାମୂଲ୍ୟରେ ଉଚ୍ଚମାନର ଜୀବନରକ୍ଷାକାରୀ ଚିକିତ୍ସା ଯୋଗାଇବା ନିମନ୍ତେ ଥିବା ସରକାରୀ ନିର୍ଦ୍ଦେଶକୁ କଡାକଡ଼ି ଭାବେ ଲାଗୁ କରିବାକୁ କହିଛନ୍ତି।

ଏଥିସହିତ ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସକୁ ଏକ ସାଧାରଣ ‘କଲ୍‌ ସେଣ୍ଟର’ରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏପରି ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଇ ପାରିବ।

publive-image

ତଥ୍ୟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଏବଂ ୧୯ଟି ଅଗ୍ନିଶ୍ରମ ଆମ୍ବୁଲାନ୍ସ ଜୁରୁରୀକାଳୀନ ସେବା ଯୋଗାଉଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରତି ୫୦କି.ମି ରାସ୍ତା ପାଇଁ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକସ୍ଥଳେ ପୁଲିସ ପଇଁତରା ଗାଡ଼ି ଏବଂ ଅଗ୍ନିଶମ ସେବା ସଂସ୍ଥା ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଏହାଛଡା ରାଜ୍ୟରେ ପ୍ରାୟ ୧୫୬୨ଟି ଘରୋଇ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି।

ଏଗୁଡିକ ମୁଖ୍ୟତଃ ବିଭିନ୍ନ ହସ୍ପିଟାଲ, ସେବାସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଶିଳ୍ପ ଓ ବ୍ୟବସାୟିକ ନିଗମମାନଙ୍କ ଦ୍ୱାରା ଚଳାଯାଇଛି। ସମସ୍ତ ଆମ୍ବୁଲାନ୍ସରେ ‘ଜି.ପି.ଏସ୍‌.ଟ୍ରାକିଂ’ ମେସିନ୍‌ ଲଗାଇବା ସହ ଗୋଟିଏ ଅନ୍‌ଲାଇନ୍‌ ମନିଟରିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe