ଧର୍ମସଭାରେ ଗଣ୍ଡଗୋଳ: ଅନ୍ୟଧର୍ମର ପତ୍ରିକା ବାଣ୍ଟି ଜଣେ ଧରାପଡ଼ିଲେ, ୩ ଫେରାର

Advertisment
ଧର୍ମସଭାରେ ଗଣ୍ଡଗୋଳ: ଅନ୍ୟଧର୍ମର ପତ୍ରିକା ବାଣ୍ଟି ଜଣେ ଧରାପଡ଼ିଲେ, ୩ ଫେରାର

Sambad

ଜୟପୁର: ଜଗତଗୁରୁ ଶଙ୍କରାଚାର୍ଯ୍ୟ ତିନିଦିନିଆ ଜୟପୁର ଗସ୍ତରେ ଆସିଛନ୍ତି। ରିବାର ଦଶହରା ପଡ଼ିଆରେ ହିନ୍ଦୁ ଧର୍ମସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଶତାଧିକ ଲୋକେ ଆସୁଥିଲେ। ପାରାବେଡ଼ା ଅଧିକାରୀ ଛକରେ ୪ଜଣ ଯୁବକ ଏକ ନିର୍ଦ୍ଦିଷ୍ଟ ଧର୍ମର ପତ୍ରିକା ଗୁଡିକ ଏହି ଧର୍ମସଭାକୁ ଆସୁଥିବା ଲୋକଙ୍କୁ ବାଣ୍ଟୁଥିଲେ। ସେଠାରେ ଉପସ୍ଥିତ ଥିବା କିଛି କାର୍ଯ୍ୟକର୍ତ୍ତା ଏହାକୁ ଦେଖି ବିରୋଧ କରିଥିଲେ। ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଉକ୍ତ ଯୁବକମାନେ ଆକ୍ରମଣ କରି ମାଡ଼ ମାରିବାକୁ ବି ପଛାଇ ନଥିଲେ। ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ।

ପୁଲିସକୁ ଦେଖି ସେଠାରୁ ୩ ଜଣ ଯୁବକ ଚମ୍ପଟ ମାରିଥିବା ବେଳେ ଜଣେ ଧରାପଡ଼ିଥିଲେ। କାର୍ଯ୍ୟକର୍ତ୍ତା ମାନେ ସଭା ମଞ୍ଚ ନିକଟରେ ଥିବା ଏସଡିପିଓ ହରିଶ ବି. ସିଙ୍କୁ ବି ଏ ନେଇ ଅଭିଯୋଗ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଟାଉନ ଥାନା ପୁଲିସ ଉକ୍ତ ଯୁବକଙ୍କୁ ଥାନାକୁ ଆଣି ରଖିଥିବା ବେଳେ ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଏହି ୪ଜଣ ଅନ୍ୟ ଧର୍ମର ଯୁବକଙ୍କର ଏଭଳି ଧାର୍ମିକ ସଭାରେ ଅନ୍ୟ ପତ୍ରପତ୍ରିକା ବାଣ୍ଟିବା ଏବଂ ଗଣ୍ଡଗୋଳ ସୃଷ୍ଟି କରିବାକୁ କାହିଁକି ଉଦ୍ୟମ କରୁଥିଲେ କି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe