ଖୁସି ଖବର : ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

Advertisment
ଖୁସି ଖବର : ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ବର: ରାଜ୍ୟ ପାଇଁ ସୁଖବର।  ପୁଣି ଜଣେ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଳାହାଣ୍ଡିର ପ୍ରଥମ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କର ନମୁନା ପରୀକ୍ଷା ନେଗେଟିଭ୍ ବାହାରି ଥିବା କଥା ଟୁଇଟ୍ କରି  ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ଫଳରେ ରାଜ୍ୟର ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଏଥିସହ ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ଥିବା ବେଳେ ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।

ଏହା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ୧୦ ଜଣଙ୍କ ରିପୋର୍ଟନେଗେଟିଭ୍‌ ଆସିବା ପରେ କଟକସ୍ଥିତ ଅଶ୍ୱିନୀ କୋଭିଡ୍ -୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିଲେ। ସେମାନଙ୍କ ମଧ୍ୟରେ ଭଦ୍ରକର ୨ଜଣ, କଟକ ଓ ପୁରୀର ୨ଜଣ, ଭୁବନେଶ୍ବରର ୪ ଜଣ ଏବଂ ଯାଜପୁରର ଜଣେ କରୋନା ଆକ୍ରାନ୍ତ ଥିଲେ। ଅଶ୍ବିନୀରୁ ଡିସଚାର୍ଜ ପରେ ସମସ୍ତଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଥିଲା । ସେଠାରେ ସେମାନଙ୍କୁ ୭ଦିନ ହସ୍ପିଟାଲରେ ଆଇସୋଲେସନ୍‌ରେ ରଖାଯିବ। ତା’ପରେ ୧୪ଦିନ ହୋମ କ୍ବାରାଣ୍ଟିନ୍‌ରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe