ଏକକୋଟି ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ନଶା ମାଫିଆ ସେକ ମିଜୁ ଗିରଫ

Advertisment
ଏକକୋଟି ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ନଶା ମାଫିଆ ସେକ ମିଜୁ ଗିରଫ

News18

ବାଲେଶ୍ବର: ବାଲେଶ୍ବର ସହର ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଅରଡ଼ବଜାର ଲେବେଲକ୍ରସିଂ ନିକଟରେ ବୁଧବାର ଭୋର୍‌ରୁ କ୍ରାଇମବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ଟିମ୍‌ ୧ କେଜି ୫୦ ଗ୍ରାମ ବ୍ରାଉନସୁଗ‌ାର ଜବତ କରିଛି। ଘଟଣାରେ ନିଶା ମାଫିଆ ସେକ୍‌ ମିଜୁ ଗିରଫ ହେବା ସହ ତାଠାରୁ ନଗଦ ୨୮ହଜାର ୧୦୦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ସେକ୍‌ ମିଜୁର ନିଶା କାରବାର ଏବଂ ତାର ଗତିବିଧି ସମ୍ପର୍କରେ କ୍ରାଇମବ୍ରାଞ୍ଚ୍‌କୁ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ସେହି ଅନୁସାରେ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ନିର୍ଦ୍ଧାରିତ ସମୟରେ ଅରଡ଼ବଜାରଠାରେ ଜଗି ରହିଥିଲେ। ଭୋର୍‌ରେ ସେକ୍‌ ମିଜୁ ଏକ ବ୍ୟାଗ ଧରି ଅରଡ଼ବଜାର ଲେବେଲକ୍ରସିଂ ନିକଟରେ ଠିଆ ହୋଇଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ତାକୁ କାବୁ ‌କରି ନେଇଥିଲା। ସେଠାରୁ ତାକୁ ସିଧା ଭୁବନେଶ୍ବର ନେଇ ଜେରା କରାଯାଇଛି। ଏତେ ପରିମାଣର ବ୍ରାଉନସୁଗାର ସେ କେଉଁଠୁ ଆଣିଲା ଏବଂ ‌କାହା ପାଖକୁ ନେଉଥିଲା ସେନେଇ ଛାନଭିନ୍‌ ଆରମ୍ଭ କରିଛି ଏସ୍‌ଟିଏଫ୍‌। ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ସେକ୍‌ ମିଜୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୦ ମସିହାରୁ ଆଜିଯାଏ ରାଜ୍ୟରେ ୫୬ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ କୋକେନ୍‌, ୧୧୧ କ୍ୟୁଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମ ଅଫିମ ଜବତ କରାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଥିବା ୧୫୭ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe