ଗାଁରେ ଜଗନ୍ନାଥ ମନ୍ଦିର ପାଇଁ କୋଟିଏ ଟଙ୍କା ଦାନ କଲେ ପ୍ରବାସୀ ଡାକ୍ତର

Advertisment
ଗାଁରେ ଜଗନ୍ନାଥ ମନ୍ଦିର ପାଇଁ କୋଟିଏ ଟଙ୍କା ଦାନ କଲେ ପ୍ରବାସୀ ଡାକ୍ତର

ଯାଜପୁରସଦର : ନିଜ ଗାଁରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଅ‌ାମେରିକାରେ ରହୁଥିବା ପ୍ରତିଷ୍ଠିତ ଓଡ଼ିଆ ଡାକ୍ତର ଭାସ୍କର ଚନ୍ଦ୍ର ନାୟକ କୋଟିଏ ଟଙ୍କା ଦାନ କରିଛନ୍ତି। ଗୁରୁବାର ଦିନ ପତ୍ନୀ ଇନ୍ଦ୍ରଜିତା ନାୟକଙ୍କ ସହିତ ମନ୍ଦିରର ଭୂମିପୂଜା କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଛନ୍ତି।

publive-image

ଡାକ୍ତର ନାୟକଙ୍କ ଘର ଯାଜପୁର ବ୍ଲକ୍‌ ବେରୁଦା ପଞ୍ଚାୟତ ଅନ୍ତର୍ଗତ ଜଗତପୁର। ୧୭ବର୍ଷ ତଳେ ସେ ଆମେରିକାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଛନ୍ତି। ନିଜ ଗାଁରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଅନୁରୂପ ଭାବେ ସହାୟତାର ହାତ ବଢ଼ାଇଛନ୍ତି। ଏଥିପାଇଁ ସେ ୧ କୋଟି ଟଙ୍କା ଦାନ କରିଛନ୍ତି। ମନ୍ଦିର ନିର୍ମାଣ ପାଇଁ ଗ୍ରାମର ଶତ୍ରୁଘ୍ନ ପ୍ରଧାନ, ବିଜୟ ପ୍ରଧାନ, ଅଜୟ ପ୍ରଧାନଙ୍କ ସମେତ ଅନ୍ୟକିଛି ବ୍ୟକ୍ତି ଜମି ଦାନ କରିଥିବାବେଳେ ଡାକ୍ତର ନାୟକଙ୍କ ସହାୟତାରେ ଏକ ଆକର୍ଷଣୀୟ ମନ୍ଦିର ପ୍ରତିଷ୍ଠା ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଡାକ୍ତର ନାୟକ କହିଛନ୍ତି, ‘ ତାଙ୍କ ବାପା ଜଗନ୍ନାଥଙ୍କ ଭକ୍ତ ଥିଲେ। ସେ ମଧ୍ୟ ଜଗନ୍ନାଥଙ୍କ କୃପାରୁ ପ୍ରତିଷ୍ଠିତ ହୋଇପାରିଛନ୍ତି। ଛୋଟବେଳେ ମା’ ତାଙ୍କୁ କାନ୍ଧରେ ବସାଇ ପୁରୀକୁ ନେବାକଥା ଆଜି ବି ତାଙ୍କର ମନେରହିଛି।’

ଶ୍ରୀନାୟକଙ୍କ କାର୍ଯ୍ୟସ୍ଥଳ ଆମେରିକା ହେଲେ ଗାଁ ପ୍ରତି ତାଙ୍କର ଆକର୍ଷଣକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe