କୋଟିଏ ଟଙ୍କାର ପାଇପ୍‌ ଜଳିଗଲା

କୋଟିଏ ଟଙ୍କାର ପାଇପ୍‌ ଜଳିଗଲା

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ବେହେରାମାଲ ପଞ୍ଚାୟତର ଲଙ୍ଗଳକଣ୍ଟା ଛକରେ ରବିବାର ଦିନ ଅଗ୍ନିକାଣ୍ଡ ଘଟି ଗଚ୍ଛିତ ଥିବା ୧ କୋଟିରୁ ଅଧିକ ଟଙ୍କାର ପାଣି ପାଇପ୍‌ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ରାମପୁର ଓ ଡୁଙ୍ଗୁରିପାଲି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ବହୁ ବିଳମ୍ବରେ ନିଆଁକୁ ଆୟତ୍ତ କରିପାରିଛନ୍ତି।

ସୂଚନାନୁସାରେ, ଡୁଙ୍ଗୁରିପାଲି ବ୍ଲକ୍‌କୁ ପାନୀୟ ଜଳ ଯୋଗାଣ ପାଇଁ ଜାବେରି କମ୍ପାନି ଠିକା ନେଇ କୋଟି କୋଟି ଟଙ୍କାର ପାଇପ ଲଙ୍ଗଳକଣ୍ଟାଠାରେ ଗଚ୍ଛିତ ରଖିଥିଲା। ତେବେ ବିଲରେ ଧାନକଟା ପରେ ଚାଷୀମାନେ ନଡ଼ାରେ ଲଗାଇଥିବା ନିଆଁ ଉକ୍ତ ଗଚ୍ଛିତ ଥିବା ପାଇପରେ ଲାଗି ଯାଇଥିଲା। ନିଆଁ ଓ ଧୂଆଁ ଏତେ ଭୟଙ୍କର ଥିଲା ଯେ ବେହେରାମାଲ ଓ ଳଙ୍ଗଳକଣ୍ଟା ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ସଂପୂର୍ଣ୍ଣ ପୋଡ଼ି ଯାଇଥିବା ପାଇପ୍‌ ୮୦ କିଲୋମିଟର ପର୍ଯ୍ୟନ୍ତ ଯାଇଥାନ୍ତା ବୋଲି ଦାୟିତ୍ବରେ ଥିବା ଠିକାଦାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe