ନଦୀରୁ ବାଲି ଉଠାଉଇବା ବେଳେ ବନ୍ୟାପାଣିରେ ଭାସିଗଲେ ୨ ମହିଳା ଶ୍ରମିକ; ଜଣେ ମୃତ, ଅନ୍ୟ ଜଣେ ଉଦ୍ଧାର

Advertisment
ନଦୀରୁ ବାଲି ଉଠାଉଇବା ବେଳେ ବନ୍ୟାପାଣିରେ ଭାସିଗଲେ ୨ ମହିଳା ଶ୍ରମିକ; ଜଣେ ମୃତ, ଅନ୍ୟ ଜଣେ ଉଦ୍ଧାର

ରାୟଗଡା: ଜିଲ୍ଲାର କାଶୀପୁର ବ୍ଲକର କଡିଙ୍ଗଗୁଡା ଗ୍ରାମ ନିକଟସ୍ଥ ନଦୀରେ ବାଲି ଉଠାଉଥିବା ବେଳେ ଗୁରୁବାର ଦିନ ଅଭାବନୀୟ ଘଟଣା ଘଟିଛି। ୪ ଜଣ ମହିଳା ଶ୍ରମିକ ବାଲି ନଦୀରୁ ବାଲି କାଢୁଥିବା ବେଳେ ହଠାତ ବର୍ଷା ହେବା ସହ ନଦୀରେ ବନ୍ୟା ଜଳ କ୍ଷୀପ୍ର ଗତିରେ ଆସିଥିଲା। ଯାହାଫଳରେ ଦୁଇ ଜଣ ମହିଳା ଶ୍ରମିକ ଭାସିଯାଇଥିଲେ।ଭାସିଯାଇଥିବା ଦୁଇ ଜଣ ମହିଳା ଶ୍ରମିକ ହେଲେ ମଞ୍ଜୁଳା ମାଝି ଏବଂ ସୁକାଇ ମାଝି। ଦୁଇ ଜଣ ଭାସିଯାଉଥିବା ବେଳେ ଅନ୍ୟ ଶ୍ରମିକମାନେ ସୁକାଇକୁ ରକ୍ଷା କରିବାରେ ସଫଳ ହୋଇଥିଲେ। କିନ୍ତୁ ମଞ୍ଜୁଳା ପାଣିରେ ଭାସିଯାଇଥିଲା। ତୁରନ୍ତ ଟିକିରିସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ମଞ୍ଜୁଳାର ମୃତଦେହକୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ପାଇଥିଲେ। ତେବେ ମଞ୍ଜୁଳାଙ୍କ ଘର ଗୋରଖପୁର ପଞ୍ଚାୟତର ଘୁମରପେଟା ବୋଲି ଜଣାପଡିଛି। ଟିକିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe