ବାଇକକୁ ଧକ୍କା ଦେଲା କାର: ଜଣେ ମୃତ, ୨ ଗୁରୁତର

Advertisment
ବାଇକକୁ ଧକ୍କା ଦେଲା କାର: ଜଣେ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘାଟି ଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଘଟଣା ଅନୁଯାୟୀ ଗତକାଲି ସଂଧ୍ୟାରେ ଓଡି-୩୦-ବି-୦୨୨୨ ନମ୍ବର ବିଶିଷ୍ଟ କାରଟି ମାଲକାନଗିରି ଅଭିମୁଖେ ଯାଉଥିଲା। ମାଲକାନଗିରିକୁ ଆଉ ୧୫ କିଲୋମିଟର ଥିବା ବେଳେ ବିଜାଘାଟି ନିକଟରେ ପ୍ରଥମେ କାରଟି ଭାରସାମ୍ୟ ହରାଇ ଏକ ଖମ୍ବକୁ ଧକ୍କା ଦେଇଥିଲା ପରେ ରାସ୍ତାକଡ଼ରେ ବାଇକରେ ବସିଥିବା ତିନି ଜଣ ବ୍ୟକ୍ତିଙ୍କୁ ଧକ୍କା ଦେବା ସହ ଘୋଷାଡି ନେଇ ପ୍ରାୟ ୧୦୦ ମିଟର ଦୁରରେ ଫିଙ୍ଗିଥିଲା। ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନେ ହେଲେ ବିଜାଘାଟିର ବାସୁ ଗଲୋରୀ, ଲୁଲି ଗଲୋରୀ ଏବଂ ସଲପୁ ଗଲୋରୀ।ତେବେ ବିଜାଘାଟି ଗାଁର ବାସୁ ଗଲୋରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପ୍ରଥମେ ଦୁଇ ଆହତଙ୍କୁ ମାଲକାନଗିରି ଓ ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଖବର ମାଲକାନଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।ଆଜି ମୃତ ବାସୁର ଶବକୁ ବ୍ୟବଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ବିଜାଘାଟି ଗାଁରେ ଆଜି ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।ଗ୍ରାମବାସୀ କ୍ଷତିପୂରଣ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe