ତପ୍ତପାଣି ଘାଟିରେ ପିକନିକ୍‌ ବସ ବାଇକକୁ ଧକ୍କା ଦେଲା: ଜଣେ ମୃତ, ୧୧ ଆହତ

Advertisment
ତପ୍ତପାଣି ଘାଟିରେ ପିକନିକ୍‌ ବସ ବାଇକକୁ ଧକ୍କା ଦେଲା: ଜଣେ ମୃତ, ୧୧ ଆହତ

ପାଟପୁର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ରବିବାର ରାତି ପ୍ରାୟ ୮ଟା ବେଳେ ଏକ ପିକ୍ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ବାଇକକୁ ଧକ୍କା ଦେଇ ଘାଟିପାର୍ଶ୍ଵ ଏକ ଖାଲକୁ ଓଲଟି ପଡ଼ଛି। ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଉକ୍ତ ବସ୍‌ରେ ଥିବା ୧୧ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ମୃତକ ଜଣକ ଭୀଷ୍ମଗିରି ପଞ୍ଚାୟତ ଘାସିଆମ୍ବ ଗ୍ରାମ ଅଞ୍ଜ ଗମାଙ୍ଗ (୫୦) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପାଟପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ସହର ରାହୁଲ ଅଟୋମୋବାଇଲ ପକ୍ଷରୁ ପ୍ରାୟ ୩୦ଜଣ ଗଜପତି ଜିଲ୍ଲା ଚନ୍ଦ୍ରଗିରି ନିକଟ ଖସଡ଼ାକୁ ଏକ ମିନିବସ୍‌ (ଓଡ଼ି-୨୫-ବି-୧୯୯୯) ପିକନିକ ପାଇଁ ଆସି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ରାତି ୮ଟା ବେଳେ ତପ୍ତପାଣି ଘାଟି ଓହ୍ଲାଉଥିବା ବେଳେ ସମ୍ମୁଖ ଭାଗରୁ ଏକ ବାଇକଟି (ଓଡ଼ି-୦୭-ବି-୩୨୫୬)ଘାଟି ଚଢୁଥିଲା। ଏହି ସମୟରେ ବସ୍‌ଟି ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇ ଘାଟି ପାର୍ଶ୍ଵରେ ରହିଥିବା ଏକ ଖାଲକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ବାଇକ୍‌ ଚାଳକ ଅଞ୍ଜ ପ୍ରାଣ ହରାଇଥିଲେ। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟ ପ୍ରାୟ ୧୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗୁରୁତର ମାନେ ହେଲେ ଦୀପକ କୁମାର ସାଥୁଆ, ଇଶାନ୍ତ ପ୍ରସାଦ ଦାସ, ରାଜନ୍‌ ମହମ୍ମଦ, ରମେଶ ପଣ୍ଡା, ସୟଦ୍‌ ଖାନ୍‌, ଏସ୍‌.କେ. ସମିମା, ଚିନ୍ମୟ ଦାସ, ଦୀପକ ଦାସ, ରାହୁଲ କୁମାର ସୁବୁଦ୍ଧି, ରଶ୍ମୀ ନୟନ ମହାନ୍ତି, ଅଲିମ ଖାନ୍‌ ଓ ହିମାଂଶୁ ଶେଖର ମହାନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଚାଳକ ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe