ବଜ୍ରାଘାତରେ ଜଣେ ମୃତ,୨ ଗୁରୁତର

Advertisment
ବଜ୍ରାଘାତରେ ଜଣେ ମୃତ,୨ ଗୁରୁତର

ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବାଲିପଦର ଗ୍ରାମରେ ବଜ୍ରଘାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଆଜି ଅପରାହ୍ନରେ ବାଲିପଦର ଗ୍ରାମର ଧନମଣି କୁମୁରିକା (୫୧), ସୁନାମାଳି କୁମୁରିକା (୫୫) ଓ ସନ୍ନ୍ୟାସୀ କୁମୁରିକା (୫୦) ଗାଁ ନିକଟ ଜଙ୍ଗଲକୁ ଯାଇ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ହଠାତ୍ ବର୍ଷା ଓ ପବନ ହେବାରୁ ସମସ୍ତେ ଏକ ତେନ୍ତୁଳି ଗଛ ମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ତେନ୍ତୁଳି ଗଛ ନିକଟରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ହିଁ ଧନମଣିଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନାମାଳି ଓ ସନ୍ନ୍ୟାସୀ ଗୁରୁତର ହୋଇଥିଲେ। କୌଣସି ପ୍ରକାରେ ଖବର ପାଇବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିବାରୁ ପ୍ରାଥମିକ ଚିକିତ୍ସା ପରେ ସୁନାମାଳି ଓ ସନ୍ନ୍ୟାସୀଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବିଷମକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବିଷମକଟକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe