କାର ଧକ୍କାରେ ଜଣେ ମୃତ, ୩ ଗୁରୁତର

Advertisment
ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଡମ୍ପର୍‌, ୨୮ଛାତ୍ର ଆହତ

ହାଟଡିହି: ହାଟଡିହି ବ୍ଲକ୍‌ ଛେନାପଦି-ହଦଗଡ଼ ରାସ୍ତାର ଦୁଆରଶୁଣି ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏକ କାର୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସନ୍ଧ୍ୟାରେ ବଣିଆହୁଡ଼ି ଗ୍ରାମର ସୁରେନ୍ଦ୍ର ପାତ୍ର ଓ ରଣଜିତ ଜେନା ବାଇକ୍‌ରେ ଘରକୁ ଯାଉଥିବା ବେଳେ ବଉଳା ପଟୁ ଦ୍ରୁତଗତିରେ ଆସୁଥିବା ଏକ ମାରୁତି ସେଲେରିଓ କାର୍‌ ସେମାନଙ୍କୁ ଧକ୍କା ଦେଇ ଦ୍ରୁତଗତିରେ ଛେନାପଦିଛକ ଆଡ଼କୁ ପଳାଇଥିଲା।

ଛେନାପଦି ନିକଟରେ ମଧ୍ୟ କାର୍‌ଟି ଆଉ ଦୁଇଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ପ୍ରଥମ ଦୁର୍ଘଟଣାରେ ଆହତ ଦୁଇଜଣ ଯୁବକଙ୍କୁ ଅଗ୍ନିଶମ ବିଭାଗ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଦ୍ୱିତୀୟ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହାଟଡିହି ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe