ଡାଲମିଆଁ ସିମେଣ୍ଟ କାରଖାନାରେ ଦୁର୍ଘଟଣା : ପୋଡ଼ିଯାଇ ମହିଳା ଶ୍ରମିକ ମୃତ, ୩ ଆହତ

ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ରୁ ଲିକ୍‌ ହୋଇ ଉତ୍ତପ୍ତ ଚୂନପଥର ଖସିପଡ଼ିଲା

ଡାଲମିଆଁ ସିମେଣ୍ଟ କାରଖାନାରେ ଦୁର୍ଘଟଣା : ପୋଡ଼ିଯାଇ ମହିଳା ଶ୍ରମିକ ମୃତ, ୩ ଆହତ

www.facebook.com

ରାଜଗାଙ୍ଗପୁର : ଆଜି ଅପରାହ୍‌ଣରେ ଡାଲମିଆଁ ସିମେଣ୍ଟ କାରଖାନାରେ ଏକ ଦୁର୍ଘଟଣା ଘଟିଛି। ନିଆଁରେ ପୋଡ଼ିଯାଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଆହତ ତିନି ଶ୍ରମିକଙ୍କୁ କାରଖାନାର ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ରୁ ଲିକ୍‌ ହୋଇ ଉତ୍ତପ୍ତ ଚୂନପଥର ଗୁଣ୍ଡ ତଳକୁ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଆଜି ଅପରାହ୍‌ଣ ପ୍ରାୟ ସାଢେ ୪ଟା ବେଳେ ଡାଲମିଆଁ ସିମେଣ୍ଟ କାରଖାନାର ୟୁନିଟ୍‌ ୱାନ୍‌ (ଲାଇନ୍-୩) ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ ନିକଟରେ ସଫେଇ କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍‌ ଭାଟିରୁ ଲିକ୍‌ ହୋଇ ଉତ୍ତପ୍ତ ଚୁନ ପଥର ଗୁଣ୍ଡ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ଫର୍ଣ୍ଣେସ୍‌ ତଳେ ୩ ଜଣ ମହିଳା ଶ୍ରମିକ ଝାଡୁ କରୁଥିଲେ। ଉତ୍ତପ୍ତ ଚୁନପଥର ସେମାନଙ୍କ ଉପରେ ପଡିବାରୁ ମହିଳା ଶ୍ରମିକ ରଶ୍ମି କୁଜୁର, ଘନଶ୍ୟାମ କେର୍କେଟା, ତୁଷାର ରଂଜନ ଲେଙ୍କା ଓ ବିନୟ ବୁଦୁଲା ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ କାରଖାନାର ହସ୍ପିଟାଲ୍‌ ସ୍ପନ୍ଦନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ରଶ୍ମି କୁଜୁରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ୍‌ ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଅନ୍ୟ ୩ ଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଏହି ଘଟଣା ପରେ କାରଖାନା ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଥିବା ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe