ବଜ୍ରାଘାତରେ ଜଣେ ମୃତ, ୪ ଆହତ

Advertisment
୧୪ ଜିଲ୍ଲାରେ ବଜ୍ରପାତ ସମ୍ଭାବନା

Medium

ଜଳେଶ୍ବର/ନୀଳଗିରି : ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତି ହେଲେ, ଜଳେଶ୍ବର ବ୍ଲକ ରାଇବଣିଆ ଥାନା କଳମା ପଞ୍ଚାୟତର ନାଗେଶ୍ଵରପୁରପଡ଼ାରେ ବଜ୍ରାଘାତରେ ମକରା ମୁର୍ମୁ(୬୩)। ମକରା ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଗାଁ ପଡ଼ିଆରେ ଛେଳି ଚରାଉଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ମକରା ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକ ମକରାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସେହିପରି, ନୀଳଗିରି ଅଞ୍ଚଳରେ ଅପରାହ୍ନ ୩ଟାରେ ବଜ୍ରପାତ ହେବାରୁ ୪ ଶିଶୁ ଆହତ ହୋଇଛନ୍ତି। ତେଲିପାଳ ପଞ୍ଚାୟତ ଚଟାଣସାହି ଗ୍ରାମର ଜଗବନ୍ଧୁ ରଣାସିଆଙ୍କ ଘର ସମ୍ମୁଖରେ ଗଛରେ ଝୁଲୁଥିବା ଏକ କେବୁଲ ବକ୍ସ ଉପରେ ବଜ୍ରପାତ ହୋଇଥିଲା। ଏହାର ପ୍ରଭାବରେ ଘର ଭିତରେ ଥିବା ୮ବର୍ଷ ନାତି ଓ ୬ ବର୍ଷର ନାତୁଣୀଙ୍କ ସମେତ ପଡ଼ୋଶୀ ଶ୍ରୀକାନ୍ତ ରଣାସିଆଙ୍କ ୧୦ ବର୍ଷର ପୁଅ ଓ ୮ ବର୍ଷର ଝିଅ ମଧ୍ୟ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe