ମାଲକାନଗିରି: ନିର୍ମାଣଧୀନ ବ୍ରିଜରୁ ତଳକୁ ଖସି ଜଣକର ମୃତ୍ୟୁ। ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଛତିଶଗଡ଼କୁ ସଂଯୋଗ କରୁଥିବା ନୂତନ ନିର୍ମାଣଧୀନ ସେତୁରୁ ପଡି ସିକ୍ୟୁରୀଟି ଗାର୍ଡର ମୃତ୍ୟୁ ଘଟିଛି। ସେତୁରେ ଗାଡର ପଡିଥିବାବେଳେ ଛାତ ପଡିନଥିଲା। ଡ୍ୟୁଟି ସାରି ନିଜ ଘର ଛତିଶଗଡର କଣ୍ଟାକୁ ଗଡର ଉପରଦେଇ ଯାଉଥିବା ସମୟରେ ପଡି ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତକ ହେଲେ ସ୍ୱୟଂ ନାରାୟା। ତାଙ୍କ ଘର ଛତିଶଗଡ଼ର କଣ୍ଟା ହୋଇଥିବା ବେଳେ ସେ ଏହି ନିର୍ମାଣଧୀନ ସେତୁରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ।
ମୋଟୁ ବ୍ରିଜରୁ ଖସି ଜଣକର ମୃତ୍ୟୁ
Advertisment
Follow Us