ଚିଲିକାରେ ଶ୍ରୀ ରାମ ମୂର୍ତ୍ତିବିସର୍ଜନ କରିବାକୁ ଯାଇ ଡଙ୍ଗାରୁ ଖସି ଜଣେ ମୃତ, ୩ ଗୁରୁତର

ଚିଲିକାରେ ବୁଡ଼ିଲା ଡଙ୍ଗା, ୨ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ବେଗୁନିଆପଡା: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ନିକଟ ଚିଲିକାରେ ଅଘଟଣ। ରାମ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଚିଲିକାରେ ବୁଡି ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି ।

ସୂଚନା ମୁତାବକ ଚିଲିକା ନକଟବର୍ତ୍ତି ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ପରେ ଆଜି ବିସର୍ଜନ କରିବା ପାଇ ଡଙ୍ଗାରେ ଚିଲିକା ଭିତରକୁ ଯାଇଥିବା ବେଳେ ହଠାତ ଜୋରରେ ପବନ ହେବା ଯୋଗୁଁ ଗଭୀର ପାଣି ଭିତରକୁ ବିଭୁତି ଭୂଷଣ ତରାଇ, ଗନ୍ଧର୍ବ ତରେଇ, ଯୋଗୀ ତରେଇ, ଭୀମ ପ୍ରଧାନ, ଗନ୍ଧର୍ବ ପରିଡା, ଦିଲ୍ଲୀପ ପ୍ରଧାନ, ଗଣେଶ ସାହୁ, ହର୍ଷ ସାହୁ, ବାଦଲ ପରିଡା ଡଙ୍ଗାରୁ ଗଳି ପଡିଥିଲେ। ପରେ ପାଖରେ ଥିବା ଡଙ୍ଗାରେ ସମସ୍ତଙ୍କୁ ଉଦ୍ଧାର କରି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲ ନିଆଯାଇଥିବା ବେଳେ ବିଭୁତି ନିଖୋଜ ଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଅଗ୍ନିଶମ ବାହିନୀ ଓ ପଥରା ଗ୍ରାମର ଯୁବ ଗୋଷ୍ଠୀଙ୍କ ଦିର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଖୋଜ ଥିବା ବିଭୁତି(୨୬)ଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବାହିନୀ ଗାଡ଼ିଯୋଗେ ଯୁବକଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe