ଡ୍ୟାମରେ ମାଛ ଧରୁଥିଲା ବେଳେ ଅଘଟଣ: ଜଣେ ମୃତ, ଅନ୍ୟ ୩ ଜଣ ଉଦ୍ଧାର

ଡ୍ୟାମରେ ମାଛ ଧରୁଥିଲା ବେଳେ ଅଘଟଣ: ଜଣେ ମୃତ, ଅନ୍ୟ ୩ ଜଣ ଉଦ୍ଧାର

ରାଉରକେଲା: ସାଙ୍ଗହୋଇ ମାଛ ଧରୁଥିବାବେଳେ ମନ୍ଦିରା ଡ୍ୟାମ୍‌ରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣଙ୍କୁ ସ୍ଥାନୀୟ ଲୋକ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ମୃତକମାନେ ହେଲେ ରାଏବୋଗୋ ଝାରବେଡ଼ାର ପୀୟୁଷ ବାଖ୍‌ଲା (୫୫) ଓ ବୀରମିତ୍ରପୁର ଦେଓକରଣ ଦଫେଇର ସୁମନ ଡାଙ୍ଗ (୨୬)। ରାଏବୋଗା ପୁଲିସ ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଏବୋଗା ସରକାରୀ ଡାକ୍ତରଖାନାକୁ ପଠାଇଛି। ଆସନ୍ତାକାଲି (ସୋମବାର) ବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ବୀରମିତ୍ରପୁର ଦେଓକରଣଦଫେଇର ସୁମନ ଡାଙ୍ଗ, ରୋସନ ବାଖଲା, ଝାରବେଡ଼ାର ଜେବିଅର ଟପ୍ପୋ (୨୫), ରୋସନ ବାଖ୍‌ଲା(୩୫) ଓ ସୁଧୀର ବାଖ୍‌ଲା (୩୪) ଏକାଠି ହୋଇ ପୂର୍ବାହ୍ନ ପ୍ରାୟ ୧ଟାରେ ମାଛ ଧରିବାକୁ ମନ୍ଦିରା ଡ୍ୟାମ୍‌କୁ ବାହାରିଥିଲେ।

ସେମାନେ ଝାରବେଡ଼ା ଗ୍ରାମ ନିକଟସ୍ଥ ମନ୍ଦିରା ଡ୍ୟାମ୍‌ରେ ପହଞ୍ଚିଥିଲେ। ସମସ୍ତେ ଏକାଠି ହୋଇ ଜାଲ ବିଛାଇବାକୁ ଡ୍ୟାମ ଭିତରକୁ ପଶିଥିଲେ। ଡ୍ୟାମ୍‌ ମଝିରେ ପାଣିରେ ବୁଡ଼ି ଜାଲ ବିଛାଉଥିବାବେଳେ ସୁମନ ଓ ପୀୟୁଷଙ୍କ ଗୋଡ କାଦୁଅ ଭିତରେ ପଶିଯାଇଥିଲା। ସେମାନେ କୌଣସି ମୋତେ ପାଣି ଉପରକୁ ଉଠିପାରି ନଥିଲେ। ଅନ୍ୟ ତିନିଜଣ ଦୁହିଁଙ୍କୁ ପାଣି ଭିତରୁ ଉଠଇବାକୁ ପ୍ରୟାସ କରିଥିଲେ ହେଁ ବିଫଳ ହୋଇଥିଲେ। ଉଦ୍ଧାର ପାଇଁ ତିନି ଜଣ ପାଟି କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚି ପାଣିଭିତରେ ପଶିଥିବା ତିନିଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୁମନ ଓ ପୀୟୁଷଙ୍କ ପତ୍ତା ପାଇ ନଥିଲେ। କୁଆରମୁଣ୍ଡା ଅଗ୍ନିଶମ କର୍ମଚାରୀ ଓ ରାଏବୋଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ସୁମନ ଓ ପୀୟୁଷଙ୍କ ଶବ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe