ଦୀପାବଳିରେ ଅଘଟଣ: ବାଣ ବିସ୍ଫୋରଣରେ ୩ ମୃତ, ଅନ୍ୟ ୨ ଗୁରୁତର

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

DNA India

ଢେଙ୍କାନାଳ/କେନ୍ଦ୍ରାପଡ଼ା: ଦୀପାବଳି ପାଳନ ସମୟରେ ଅଘଟଣ ଘଟିଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ  ଅଘଟଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ‌‌ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଈରୁ ବାରଦା ଗାଁକୁ ୨ଟି ବାଇକ୍‌ରେ ଯାଉଥିବା ବେଳେ ୪ ଜଣ ସାଙ୍ଗ ପାଖରେ ବାଣ ରଖିଥିଲେ। ଘରକୁ ଯିବାବେଳେ ସେମାନେ ରାସ୍ତାରେ ଅଟକି ସିଗାରେଟ ପିଇଥିଲେ। ଏହି ସିଗାରେଟ ନିଆଁରୁ ବାଣବସ୍ତା ବ୍ୟାଗ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଯୁବକ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍‌ପିଟାଲ ନିଆଯାଇଥିଲା। ତ‌େବେ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଳା ଯୁଇଦାସପୁର ଗାଁରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ବାଣ କିଣିବାକୁ ଆସିଥିବା ଜଣେ ଗ୍ରାହକଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଗତକାଲି କଟକ ଜିଲ୍ଲା ଆଠଗଡ଼ ଉପକଣ୍ଠ ତିଗିରିଆ ଅଂଚଳରେ ବାଣ ବିସ୍ଫୋରଣରେ ଜଣେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଥିଲେ।  ଆହତ ବୀର ସ୍ବାଇଁ, ତାଙ୍କର ବୋହୂ ଓ ନାତି ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe